Categories: ଜାତୀୟ

ଖସିଲା ସେନସେକ୍ସ

ମୁମ୍ବାଇ,୧୧।୩: ଶୁକ୍ରବାର ଷ୍ଟକ ମାର୍କେଟ ଖୋଲିବା ମାତ୍ରେ ସେନସେକ୍ସ ହ୍ରାସ ପାଇଛି। ଗତ ତିନି ଦିନ ଧରି ବାଣିଜ୍ୟରେ କ୍ରମାଗତ ଅଭିବୃଦ୍ଧି ଉପରେ ବ୍ରେକ ଲାଗିଛି। ବ୍ୟବସାୟ ଆରମ୍ଭରେ ବିଏସ୍‌ଇ ସେନସେକ୍ସ ୬୫୦ ପଏଣ୍ଟ ଖସି ୫୮,୨୭୫ ସ୍ତରରେ ଖୋଲିଛି। ସେହିଭଳି, ଏନ୍‌ଏସ୍‌ଇର ନିଫ୍ଟି ଇଣ୍ଡେକ୍ସ ମଧ୍ୟ ୧୯୨ ପଏଣ୍ଟ ହ୍ରାସରେ ୧୭,୪୧୩ ସ୍ତରରେ କାରବାର ଆରମ୍ଭ କରିଛି। ବ୍ୟବସାୟ ଆରମ୍ଭ ହେବା ସହିତ ହ୍ରାସର ଧାରା ମଧ୍ୟ ତୀବ୍ର ହୋଇଛି। ବର୍ତ୍ତମାନ, ସେନ୍ସେକ୍ସ ୯୯୭ ପଏଣ୍ଟକୁ ୫୭,୯୨୯ ସ୍ତରକୁ ଖସି ଆସିଥିବାବେଳେ ନିଫ୍ଟି ୧୭,୩୧୧ ସ୍ତରରେ କାରବାର କରି ୨୯୪ ପଏଣ୍ଟରୁ ଅଧିକ ଖସିଛି।

Share