ବନ୍ଧୁଙ୍କୁ ପଠାଇଲେ ୨ ହଜାର ଟଙ୍କା, କିଛି ସମୟ ପରେ ଆକଉଣ୍ଟରେ ଆସିଗଲା ୭୫୩ କୋଟି ଟଙ୍କା: ସମସ୍ତେ ଆଶ୍ଚର୍ଯ୍ୟ

ଚେନ୍ନାଇ,୯।୧୦: ତାମିଲନାଡୁରେ ପୁଣି ଥରେ ବ୍ୟାଙ୍କ ଆକାଉଣ୍ଟକୁ କୋଟି ଟଙ୍କା ଟ୍ରାନ୍ସଫର ମାମଲା ସାମ୍ନାକୁ ଆସିଛି। ଚେନ୍ନାଇରେ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଇଥିଲେ। ଏହା ପରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ ଚେକ କରିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଆକାଉଣ୍ଟରେ ଉପଲବ୍ଧ ବାଲାନ୍ସ ୭୫୩ କୋଟି ଟଙ୍କା ଦେଖାଉଥିଲା।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଫାର୍ମାସିରେ କାମ କରୁଥିବା ମହମ୍ମଦ ଇଦ୍‌ରିସଙ୍କ ସହ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଇଦ୍‌ରିସ କହିଛନ୍ତି ଯେ, ସେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଜରିଆରେ ନିଜ ବନ୍ଧୁଙ୍କୁ ୨,୦୦୦ ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହା ପରେ ବାଲାନ୍ସ ଚେକ୍‌ କରିବାରୁ ଆକାଉଣ୍ଟରେ ୭୫୩ କୋଟି ଟଙ୍କା ଦେଖାଉଥିଲା। ଏହି ଅସ୍ବାଭାବିକ ଘଟଣାକୁ ନେଇ ସେ ତାଙ୍କ ବ୍ୟାଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ଆକାଉଣ୍ଟ ଫ୍ରିଜ କରି ଦିଆଯାଇଥିଲା।
ତାମିଲନାଡୁରେ ଏହା ହେଉଛି ତୃତୀୟ ଘଟଣା। ଏହାପୂର୍ବରୁ ରାଜକୁମାର ନାମକ ଜଣେ କ୍ୟାବ ଡ୍ରାଇଭରଙ୍କ ସହ ସମାନ ଘଟଣା ଘଟିଥିଲା। ଭୁଲରେ ତାଙ୍କ ଆକାଉଣ୍ଟକୁ ୯ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଏହା ବ୍ୟତୀତ ଥାନଜଭୁରର ଗଣେଶ ନାମକ ଜଣେ ବ୍ୟକ୍ତିଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। ତାଙ୍କ ଆକାଉଣ୍ଟରେ ୭୫୬ କୋଟି ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଶୀତ, ପୁଣି ଆସୁଛି ବର୍ଷା

ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): ଲଘୁଚାପଜନିତ ଅଦିନିଆ ବର୍ଷା ଛାଡିଯାଇଥିଲେ ମଧ୍ୟ ରବିବାରଠାରୁ ରାଜ୍ୟରେ ଶୀତର ପରିମାଣ ବଢ଼ିଛି। ଆସନ୍ତା ୨୪ ତାରିଖରୁ ପୁଣି ବର୍ଷା ସମ୍ଭାବନା ଥିବାରୁ...

ପ୍ରାକ୍‌ ବଜେଟ ପାଇଁ ପ୍ରସ୍ତୁତି ଆରମ୍ଭ: ଓଡ଼ିଶା ପାଇଁ ୯ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ା୧୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ନେତୃତ୍ୱରେ ରବିବାର ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ସଜେଇ ହେଉଛି ସହର

ରାୟଗଡ଼ା,୨୨।୧୨(ଆଶିଷ ରଞ୍ଜନ ପଣ୍ଡା)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୨୬ରେ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ...

ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ

ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ...

ଖବରଦାତାଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର: ପେନସନ୍‌ ବ୍ୟବସ୍ଥା ପାଇଁ…

ଭୁବନେଶ୍ୱର, ୨୨ା୧୨(ସୁନିତ୍‌ ମିଶ୍ର):ଓଡ଼ିଶାରେ ଖବରଦାତା ବନ୍ଧୁମାନେ ଖବର ପ୍ରସାରଣ ସହ ବିଭିନ୍ନ କାର୍ଯ୍ୟରେ ଗୁରୁଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ଅଧିକାରରେ ଖବରଦାତା ବନ୍ଧୁମାନଙ୍କ ମଧ୍ୟ ଦାୟିତ୍ୱ...

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ।...

ଆସନ୍ତା ୨୪ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୨।୧୨: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତିକରି ଆଗାମୀ ୨୪ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାଶର୍‌ବବର୍ତ୍ତୀ...

୩.୧୩ କେଜି ବଜ୍ରକାପ୍ତା କାତି ଜବତ, ଧରାପଡ଼ିଲେ ୪ ଅଭିଯୁକ୍ତ

ନୂଆପଡ଼ା/ଖଡିଆଳ,୨୨ା୧୨(ମକାରୁ ବେମାଲ/ସୁଜିତ ପ୍ରଧାନ): ନୂଆପଡ଼ା ଜିଲା କୋମନା ରେଞ୍ଜ ନାଗପଡ଼ା ପଞ୍ଚାୟତ ଝରଣାମାଲ ଗାଁରେ ଖଡ଼ିଆଳ ବନ ବିଭାଗ ଚଢାଉ କରି ୩ କିଲୋଗ୍ରାମ ୧୩୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri