Categories: ଜାତୀୟ

ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ଗୁହାରି…

ଲକ୍ଷ୍ନୌ,୨୫।୭: ପ୍ରେମ ପାଇଁ ନିଜ ପରିବାରର ୭ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶବନମ୍‌ଙ୍କୁ ଫାଶୀ ଦଣ୍ଡାଦେଶ କରାଯାଇଛି। ଏପରିସ୍ଥଳେ ଫାଶୀରୁ ମୁକ୍ତି ଲାଗି ଶବନମ୍‌ ପ୍ରୟାସ ଜାରି ରଖିଛନ୍ତି। ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ନିମନ୍ତେ ଶବନମ୍‌ଙ୍କ ପକ୍ଷରୁ ପ୍ରୟାଗରାଜ୍‌ର ବାସିନ୍ଦା ତଥା ଆହ୍ଲାବାଦ୍‌ ହାଇକୋର୍ଟର ଆଇନଜୀବୀ ସହର ନକ୍‌ଭୀ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କ ପାଖକୁ ଦୟା ଆବେଦନ ପଠାଇଛନ୍ତି। ରାଜ୍ୟପାଳ ଏହାକୁ ଉତ୍ତରପ୍ରଦେଶ ସରକାରଙ୍କ ପାଖକୁ ପଠାଇ ଦେଇଛନ୍ତି। ନକ୍‌ଭୀଙ୍କ ଗୁହାରି ଯୋଗୁ ଶବନମ୍‌ଙ୍କ ଫାଶୀ ଦଣ୍ଡାାଦଶରେ ଏବେ ଏକ ନୂଆ ମୋଡ଼ ଆସିଛି। ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ ସ୍ବତନ୍ତ୍ର ସଚିବ ବଦ୍ରିନାଥ ସିଂ ଏହି ଦୟା ଆବେଦନ ରାଜ୍ୟ କାରଗାର ବିଭାଗ ମୁଖ୍ୟ ସଚିବଙ୍କ ପାଖକୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନେବା ଲାଗି ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଅମରୋହାରେ ବାସ କରୁଥିବା ଶବନମ୍‌ ପ୍ରେମିକ ସଲିମ୍‌ଙ୍କ ପାଇଁ ନିଜ ପରିବାର ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।

Share