Categories: ଜାତୀୟ

ସେନ୍ଥଲି ବାଲାଜୀଙ୍କ ସ୍ତ୍ରୀ ହାଇକୋର୍ଟରେ ଦାଖଲ କଲେ ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନ, ଇଡି କଲା ବିରୋଧ…

ଚେନ୍ନାଇ,୨୭।୬ : ଚାକିରି ବଦଳରେ ନଗଦ ଅର୍ଥ ମାମଲାରେ ଗିରଫ ହୋଇଥିବା ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀ ମାଡ୍ରାସ ହାଇକୋର୍ଟରେ ବନ୍ଦୀ ପ୍ରତ୍ୟକ୍ଷୀକରଣ (ହାବିସ କର୍ପସ) ଆବେଦନ କରିଛନ୍ତି। ମଙ୍ଗଳବାର ମାଡ୍ରାସ ହାଇକୋର୍ଟରେ ଏହି ପିଟିଶନର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଇଡି ପକ୍ଷରୁ ହାଜର ହୋଇଥିବା ସୋଇଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ହାବିସ କର୍ପସ ଆବେଦନ ଶୂଣାଣି ଯୋଗ୍ୟ ନୁହେଁ।

 

ବାଲାଜୀଙ୍କ ସ୍ତ୍ରୀ ଏସ୍‌. ମେଗାଲା ହାଇକୋର୍ଟରେ ଏକ ଆଫିଡେଭିଟ ଦେଇଛନ୍ତି । ଭାଜପା ରାଜ୍ୟ ସଭାପତି ଥରୁ କେ ଅନ୍ନାମଲାଇ ତାଙ୍କ ସ୍ବାମୀଙ୍କ ବିରୋଧରେ ଷଡଯନ୍ତ୍ର କରିଛନ୍ତି। ଏହି ପିଟିଶନର ଶୁଣାଣି ସମୟରେ ଇଡି ପକ୍ଷରୁ ହାଜର ହୋଇଥିବା ସୋଲିସିଟର ଜେନେରାଲ ହାବିସ କର୍ପସ ଆବେଦନକୁ ବିରୋଧ କରି କହିଛନ୍ତି ସିଆରପସିରେ ଏପରି କୌଣସି ବ୍ୟବସ୍ଥା ନାହିଁ ଯେଉଁଥିରେ ଲିଖିତ ଆକାରରେ ଗିରଫଦାରୀ ହଟା ଯାଇପାରିବ। ତୁଷାର ମେହେଟ୍ଟା କହିଛନ୍ତି ପିଏମଏଲଏ ଆକ୍ଟର ଧାରା ୧୯ ଅନୁଯାୟୀ, ସନ୍ଦେହ ଆଧାରରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାର ଅଧିକାର କର୍ତ୍ତୃପକ୍ଷଙ୍କର ଅଛି। ଗିରଫ ହେବାର କାରଣ ଶୀଘ୍ର ଜଣାଇ ଦିଆଯିବ ବୋଲି ତୁଷାର ମେହେଟ୍ଟା କୋର୍ଟରେ କହିଛନ୍ତି।

Share