Categories: ଖେଳ

ସେଞ୍ଜ୍‌ ଜିତିଲେ ସିଙ୍ଗାପୁର ଗ୍ରାଁପ୍ରି

ସିଙ୍ଗାପୁର, ୧୮ା୯ (ଏପି): ଫେରାରିର କାର୍ଲୋସ ସେଞ୍ଜ ଜୁନିୟର ସିଙ୍ଗାପୁର ଫର୍ମୁଲା ଓ୍ବାନ ମୋଟର ରେସ୍‌ ଗ୍ରାଁ ପ୍ରି ଜିତିଛନ୍ତି। ଏହାଦ୍ୱାରା ଫର୍ମୁଲାଓ୍ବାନରେ ମାର୍କ୍ସ ଭର୍ଷ୍ଟାପେନ୍‌ ଓ ରେଡ୍‌ ବୁଲ୍‌ର ଐତିହାସିକ ବିଜୟ ଧାରାରେ ବ୍ରେକ୍‌ ଲାଗିଛି। ରେଡ୍‌ ବୁଲ୍‌ ଚଳିତବର୍ଷର ସମସ୍ତ ରେସ୍‌ ଜିତିବା ଲାଗି ସ୍ବପ୍ନ ଦେଖିଥିଲା। ମାତ୍ର ସିଙ୍ଗାପୁରରେ ସଂଘର୍ଷ ପରେ ଭର୍ଷ୍ଟାପେନ୍‌ ୫ମ ଓ ପେରେଚ ୮ମ ସ୍ଥାନରେ ରହିଥିଲେ। ଭର୍ଷ୍ଟାପେନ୍‌ଙ୍କ ବିଜୟ ଧାରା ୧୦ରେ, ରେଡ୍‌ବୁଲର ୧୫ରେ ଅଟକିଥିଲା। ସେଞ୍ଜ୍‌ ପୋଲ ପୋଜିଶନରୁ ରେସ ଆରମ୍ଭ କରିଥିଲେ।

ଏଠାରେ ସେ କ୍ୟାରିୟରର ଦ୍ୱିତୀୟ ଫର୍ମୁଲା ଓ୍ବାନ ରେସ୍‌ ଜିତିଥିଲେ। ମ୍ୟାକେଲରେନର ଲାଣ୍ଡୋ ନୋରିସ ଓ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ । ଭର୍ଷ୍ଟାପେନ୍‌ଙ୍କ ଆଗରେ ଫେରାରିର କାର୍ଲୋସ ଲେକ୍‌ରେକ ଚତୁର୍ଥ ହୋଇଥିଲେ। ୬ଷ୍ଠରୁ ୧୦ମ ସ୍ଥାନ ଯଥାକ୍ରମେ ପିଏରେ ଗାସ୍‌ଲି (ଅଲ୍‌ପାଇନ), ଓସ୍କାର ପିଆଷ୍ଟ୍ରି (ମ୍ୟାକଲରେନ), ସର୍ଗିଓ ପେରେଜ (ରେଡ୍‌ବୁଲ୍‌), ଲିଆମ ଲସନ (ଆଲ୍‌ଫା ତାଉରି) ଓ କେଭିନ ମାଗ୍ନସେନ (ହାସ୍‌) ଅଧିକାର କରିଥିଲେ।

Share