ରାଜ ପରିବାରରୁ ବିଚ୍ଛେଦ

ଲଣ୍ଡନ, ୨୦।୨: ବ୍ରିଟିଶ୍‌ ରାଜ ପରିବାରରୁ ପ୍ରିନ୍ସ ହ୍ୟାରି ଓ ତାଙ୍କ ସ୍ତ୍ରୀ ମେଘାନ ଚୂଡ଼ାନ୍ତ ସମ୍ପର୍କ ଛିନ୍ନ କରିଛନ୍ତି। ସେମାନେ ରାଜତନ୍ତ୍ରର କାର୍ଯ୍ୟକାରୀ ସଦସ୍ୟ ଭାବେ ଫେରିବେ ନାହିଁ ବୋଲି ରାଣୀ ଏଲିଜାବେଥ୍‌ଙ୍କୁ ଜଣାଇଦେଇଥିବା ବଙ୍କିହାମ୍‌ ପ୍ୟାଲେସ୍‌ ପକ୍ଷରୁ ଶୁକ୍ରବାର କୁହାଯାଇଛି। ରାଜକୀୟ ଭୂମିକାରୁ ଓହରିଯିବେ ବୋଲି ଗତବର୍ଷ ଉଭୟ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେମାନଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଦୁଃଖିତ କରିଥିଲେ ମଧ୍ୟ ଡ୍ୟୁକ୍‌ ଓ ଡଚେସ୍‌ ଅଫ୍‌ ସସେକ୍ସ ପରିବାରର ସବୁଠୁ ପ୍ରିୟ ସଦସ୍ୟ ଭାବେ ରହିବେ ବୋଲି ପ୍ୟାଲେସ୍‌ ପକ୍ଷରୁ କୁହାଯାଇଛି। ରାଜ ପରିବାରରୁ ସମ୍ପର୍କ ତୁଟାଇଥିବାରୁ ସେମାନଙ୍କୁ ମିଳିଥିବା ସମ୍ମାନଜନକ ସାମରିକ ନିଯୁକ୍ତି ଓ ରାଜକୀୟ ପୃଷ୍ଠପୋଷକତା ରାଣୀଙ୍କ ପାଖକୁ ଫେରିଆସିବ।

Share