Categories: ଖେଳ

ଅବସର ପ୍ଲାନ୍‌ ଘୋଷଣା କଲେ ସେରେନା

ନ୍ୟୁୟର୍କ,୧୦ା୮(ପି.ଟି): ୨୩ଟି ଗ୍ରାଣ୍ଡସ୍ଳାମ ଚାମ୍ପିୟନ ସେରେନା ଓ୍ବିଲିୟମ୍ସ ଟେନିସ୍‌ ଛାଡିବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି। ଅବସର ସମ୍ପର୍କରେ ସିଧାସଳଖ ସୂଚନା ଦେଇ ନଥିଲେ ହେଁ ଟେନିସ୍‌ରୁ ଦୂରେଇ ଆଉ ଏକ ସନ୍ତାନ ଜନ୍ମ କରିବା ସହିତ ନିଜର ବ୍ୟବସାୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସପକ୍ଷରେ ସେରେନା ମତ ଦେଇଛନ୍ତି। ମଙ୍ଗଳବାର ଭୋଗ୍‌ ମାଗାଜିନରେ ସେରେନାଙ୍କ ଏକ ସ୍ତମ୍ଭରୁ ଏହି କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା। ଅବସର ଶବ୍ଦଟି ମୋତେ ଠିକ୍‌ ଲାଗେ ନାହିଁ। ଚଳିତ ମାସରେ ମୁଁ ୪୧ ବର୍ଷରେ ପାଦଦେବି ତେଣୁ ଟେନିସରୁ ଦୂରେଇ ଅନ୍ୟ କିଛି ଜିନିଷ ଉପରେ ମୁଁ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହିଁବି। ଅଗଷ୍ଟ ୨୯ରୁ ଆରମ୍ଭ ହେଉଥିବା ୟୁଏସ୍‌ ଓପନର ପ୍ରସ୍ତୁତି ପାଇଁ ସେରେନା ଚଳିତ ସପ୍ତାହରେ ଟରଣ୍ଟୋରେ ଏକ ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ପ୍ରଫେସନାଲ ଏରାରେ ସେ ସର୍ବାଧିକ ୨୩ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍‌ ହାସଲ କରିଛନ୍ତି। ୨୪ ଟାଇଟଲ ସହିତ ମାର୍ଗାରେଟ୍‌ କୋର୍ଟ ପ୍ରଥମ ସ୍ଥାନରେ ରହିଥିଲେ ହେଁ ଏଥିମଧ୍ୟରୁ କିଛି ଟୁର୍ନାମେଣ୍ଟ ଓପନ ଏରାରେ ଖେଳାଯାଇଥିଲା।

Share