Categories: ଖେଳ

ସେରେନା ଦ୍ୱିତୀୟ ରାଉଣ୍ଡରେ

ପାରମା (ଇଟାଲୀ), ୧୮ା୫: ସ୍ଥାନୀୟ ସ୍ବଳ୍ପ ବୟସ୍କା ଲିସା ପିଜାଟୋ (୫୭୨ ର଼୍ୟାଙ୍କିଙ୍ଗ ପ୍ରାପ୍ତ)ଙ୍କୁ ୬-୩, ୬-୩ ସିଧାସଳଖ ସେଟ୍‌ରେ ପରାସ୍ତ କରି ଆମେରିକାର ଭେଟେରାନ ଖେଳାଳି ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ଇମିଲିଆ-ରିମାଗ୍ନା ଓପନ ଟେନିସ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କୌଣସି ପ୍ରତିଯୋଗିତାରେ ଦୁଇ ଖେଳାଳିଙ୍କ ମଧ୍ୟରେ ଏହା ପ୍ରଥମ ଭେଟ ଥିଲା। ପଜିଟୋଙ୍କର ଏହା ଥିଲା ପ୍ରଥମ ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟ। ଗତ ଇଟାଲିଆନ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ ବର୍ତ୍ତମାନ ବିଶ୍ୱର ୮ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ୩୯ ବର୍ଷୀୟା ସେରେନାଙ୍କୁ ପାରମାରେ ଖେଳିବା ଲାଗି ଓ୍ବାଲର୍‌ଡ କାର୍ଡ ଦିଆଯାଇଥିଲା। ଅଷ୍ଟ୍ରେଲିଆନ ଓପନରେ ସେମିଫାଇନାଲରୁ ବିଦାୟ ନେବାପରେ ପ୍ରାୟ ୩ ମାସ ବ୍ୟବଧାନରେ ଏହାଥିଲା ତାଙ୍କର ପ୍ରଥମ ମ୍ୟାଚ। ମେ ୩୦ରେ ଫ୍ରେଞ୍ଚ ଓପନ ଆରମ୍ଭ ପୂର୍ବରୁ କ୍ଲକୋର୍ଟ ଅଭ୍ୟାସ ପାଇଁ ଇମିଲିଆ ରିମାଗ୍ନା ଓପନ ହେଉଛି ପ୍ରକୃଷ୍ଟ ଟୁର୍ନାମେଣ୍ଟ। ଅଧିକ ଗ୍ରାଣ୍ଡସ୍ଲାମ ଜିତିବାରେ ମାର୍ଗାରେଟ କୋର୍ଟ (୨୪)ଙ୍କ ରେକର୍ଡ ସମକକ୍ଷ ହେବା ଲାଗି ସେରେନା ଆଉ ଏକମାତ୍ର ଗ୍ରାଣ୍ଡସ୍ଲାମ ବିଜୟ ଆବଶ୍ୟକ କରୁଛନ୍ତି।

Share