Categories: ଖେଳ

କେଣ୍ଟୁକି ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ଖେଳିବେ ସେରେନା

ଲେକ୍ସିନଟନ (ୟୁଏସ୍‌),୧୭ା୭ (ଏପି)-ଆସନ୍ତା ମାସରେ କେଣ୍ଟୁକିଠାରେ ହେବାକୁଥିବା ଏକ ନୂଆ ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ପ୍ରତିଯୋଗିତାମୂଳକ ଟେନିସକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଯୋଜନା କରିଛନ୍ତି ସେରେନା ଓ୍ବିଲିୟମ୍ସ। ଫେବୃୟାରୀରେ ଯୁକ୍ତରାଷ୍ଟ୍ର ଆମେରିକା ତରଫରୁ ଫେଡ୍‌ କପ୍‌ ଖେଳିବା ପରେ ୨୩ଥର ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସ ଚାମ୍ପିୟନଙ୍କର ଏହା ହେଉଛି ପ୍ରଥମ ଟୁର୍ନାମେଣ୍ଟ। କରୋନା ଭାଇରସ୍‌ ମହାମାରୀ ଯୋଗୁ ଏହାପରଠାରୁ ଅବଶ୍ୟ ଉଭୟ ମହିଳା ଓ ପୁରୁଷ ପ୍ରଫେସନାଲ ଟେନିସ ଟୁର୍‌ ବନ୍ଦ ରହିଥିଲା। ଅଗଷ୍ଟରୁ ଟେନିସ ଟୁର୍ନାମେଣ୍ଟ ଆରମ୍ଭ ପାଇଁ ଯୋଜନା ଚାଲିଛି। କେଣ୍ଟୁକିକୁ ଇଭେଣ୍ଟକୁ ଟପ୍‌ ସିଡ୍‌ ଓପନ ମଧ୍ୟ କୁହାଯାଇଥାଏ। ଏହା ଅଗଷ୍ଟ ୧୦ରୁ ଆରମ୍ଭ ହେବ। ଏଥିରେ ସେରେନାଙ୍କ ବ୍ୟତୀତ ୨୦୧୭ ୟୁଏସ ଓପନ ଚାମ୍ପିୟନ ସ୍ଲୋଏନ୍‌ ଷ୍ଟିଫେନ୍ସ ମଧ୍ୟ ଅଂଶଗ୍ରହଣ କରିବେ। ନ୍ୟୁୟର୍କରେ ୟୁଏସ୍‌ ଓପନ୍‌ ଅଗଷ୍ଟ ୩୧ରୁ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ସେରେନା ଏଥିରେ ମଧ୍ୟ ଭାଗ ନେବେ ବୋଲି ପ୍ରକାଶ କରିଛନ୍ତି।

Share