‘ତାରକ ମେହେତା କା ଉଲଟା ଚଷମା’ ନିର୍ଦ୍ଦେଶକଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ସିରିଏଲ ଅଭିନେତ୍ରୀ

ମୁମ୍ବାଇ,୧୨।୫:ଚର୍ଚ୍ଚିତ ସିରିଏଲ ‘ତାରକ ମେହେତା କା ଉଲଟା ଚଷମା’ ସବୁ ସିରିଏଲ ମଧ୍ୟରେ ଟ୍ରେଣ୍ଡିଂରେ ଥାଏ। ତେବେ ଏହି ଶୋରେ ମିସେସ୍‌ ରୋଶନ୍‌ ସିଂହ ସୋଢି ଭୂମିକାରେ ଅଭିନୟ କରୁଥିବା ଜେନିଫର ମିସ୍ତ୍ରୀ ଶୋକୁ ସବୁଦିନ ପାଇଁ ଶୋ’କୁ ଛାଡି ଦେଇଛନ୍ତି। ଅଭିନେତ୍ରୀ ଜଣକ ନିର୍ଦ୍ଦେଶକ ଅସିତ ମୋଦ, ପ୍ରୋଜେକ୍ଟ ହେଡ୍‌ ସୋହିଲ ରୋମାନି ଏବଂ ସହ ନିର୍ଦ୍ଦେଶକ ଜତିନ ବଜାଜଙ୍କ ଉପରେ ଯୌନ ଶୋଷଣର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ଜେନିଫର ପୋଲିସ ପାଖରେ ମାମଲା ରୁଜୁ କରିଛନ୍ତି।
ସୂଚନାଯୋଗ୍ୟ, ଜେନିଫର ତାଙ୍କ ଶେଷ ସୁଟିଂ ମାର୍ଚ୍ଚ ୭ରେ କରିଥିଲେ। ଗତ ୨ମାସ ହେଲା ସେ ସୁଟିଂ କରି ନାହାନ୍ତି।
ଏକ ସାକ୍ଷାତକାରରେ ଜେନିଫର କହିଛନ୍ତି,ସୋହିଲ ଓ ଜତିନ୍‌ ବଜାଜ ମୋତେ ବହୁବାର ଅପମାନିତ କରିବାରୁ ମୁଁ ଶୋ’ଛାଡି ଦେଇଥିଲି। ସେମାନେ ବହୁତଥର ମୋ ଦରମା କାଟିଦେଇଛନ୍ତି। ମାର୍ଚ୍ଚ ୬ରେ ମୋର ଆନିଭର୍ସରୀ ଥିଲା କିନ୍ତୁ ମୋତେ ଯିବାକୁ ଅନୁମତି ଦେଉ ନ ଥିଲେ। ପୂର୍ବରୁ ସେଟ୍‌ରେ ମୋ ସହ ଖରାପ ବ୍ୟବହାର କରାଯାଇଛି। କାମ ଚାଲିଯିବା ଭୟରେ ମଁୁ କିଛି କହିପାରୁ ନ ଥିଲି। ଆନିଭର୍ସରୀ ରାତିରେ ଅସିତ ମୋତେ କହିଥିଲେ,ଏବେ ତୁମ ଆନିଭର୍ସରୀ ଶେଷ ହୋଇଯାଇଛି। ରୁମ୍‌କୁ ଆସ ଏକାଠି ମିଶି ଓ୍ବିସ୍କି ପିଇବା। ସୁଟିଂ ସେଟ୍‌ରେ ସେ ମୋତେ ବହୁବାର ସେକ୍ସି କହିବା ସହ ଗାଲ ଟାଣିଛନ୍ତି। ପୂର୍ବରୁ ସହୁଥିଲି ଏବେ ଆଉ ବରଦାସ୍ତ କରିବିନି।

ତେବେ ଏଥିରେ ଅସିତ ମୋଦି ଏବଂ ତାଙ୍କ ଟିମ୍‌ କହିଛନ୍ତି ଯେ, ଜେନିଫର ସବୁ ମିଥ୍ୟା ଆରୋପ ଲଗାଉଛନ୍ତି। ସୁଟିଂ ସେଟ୍‌ରେ ସେ ଅସୁଶାସନର ସହ ରୁହନ୍ତି ନାହିଁ। କାମରେ କେତେବେଳେ ତାଙ୍କର ଧ୍ୟାନ ନ ଥିଲା। ସୁଟିଂଶେଷଦିନ ସେ ସମସ୍ତଙ୍କ ସାମ୍ନାରେ ଟିମ୍‌କୁ ଗାଳି କରିଥିଲେ। ଘଟଣା ଦିନ ଅସିତ ମୋଦି
ଆମେରିକାରେ ଥିଲେ। ଆଧାରହୀନ ଅଭିଯୋଗ କରି ସେ ଶୋ’କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।
ଅସିତ ମୋଦି କହିଛନ୍ତି, ଏଥିପାଇଁ ଆମେ ଆଇନ୍‌ର ସହାୟତ ନେବୁ। କାରଣ ସେ ନିଜର ପବ୍ଲିସିଟି ପାଇଁ ଶୋ’କୁ ବଦନାମ କରୁଛନ୍ତି।

Share