Categories: ଜାତୀୟ

ଶାଢ଼ି ପିନ୍ଧିଥିବା ୯ ଜଣ ମହିଳାଙ୍କୁ ମାରିଛି କିଲର୍‌, ସ୍କେଚ୍‌ ଜାରି କଲା ପୋଲିସ୍‌

ବରେଲ୍ଲୀ, ୦୮।୦୮: ବରେଲୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ଜଣେ ସିରିଏଲ୍‌ କିଲର୍‌ । ପ୍ରାୟତଃ ଏକ ନିର୍ଦ୍ଧିଷ୍ଟ ବୟସ ଗ୍ରୁପ୍‌ର ମହିଳାଙ୍କୁ ଏହି ହତ୍ୟାକାରୀ ଟାର୍ଗେଟ୍‌ କରୁଛି । ଗତ ୧୩ ମାସ ମଧ୍ୟରେ ୯ ଜଣଙ୍କୁ ଏକ ଶୈଳୀରେ ହତ୍ୟାକରୁଛି ହତ୍ୟାକାରୀ । ମୃତ ସମସ୍ତ ମହିଳାଙ୍କ ବୟସ ୪୦ ରୁ ୬୫ ବର୍ଷ ହୋଇଥିବା ବେଳେ ସମସ୍ତେ ଶାଢ଼ି ପିନ୍ଧିଥିବା ଅବସ୍ଥାରେ ସେମାନଙ୍କୁ ହତ୍ୟା କରାଯାଉଛି । ବିଶେଷ କଥା ହେଉଛି କି ହତ୍ୟାକାରୀ ମହିଳା ପିନ୍ଧିଥିବା ଶାଢ଼ିର ବ୍ୟବହାର କରି ସେମାନଙ୍କୁ ହତ୍ୟା କରୁଛି । ଯାହାକି ପୋଲିସର ନିଦ ହଜାଇଛି ।

ପୋଲିସ୍‌ର ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ବରେଲୀର ଶଶି, ଶେଷଗଡ଼ ଏବଂ ଶେରଗଡ଼ ପୋଲିସ୍‌ ଥାନା
ଅଞ୍ଚଳରୁ ୮ ଜଣ ମହିଳାଙ୍କ ହତ୍ୟା କରିଛି ଏହି ସିରିଏଲ୍‌ କିଲର୍‌ । ଏହି ଅଞ୍ଚଳ ଗୁଡ଼ିକର ସୀମା ଲଗାଲଗି ହୋଇ ରହିଛି । ସମସ୍ତ ମର୍ଡର କେସ୍‌ରେ ମୃତଦେହଗୁଡ଼ିକ ଆଖୁ କିଆରୀରୁ ଉଦ୍ଧାର କରିଛି ପୋଲିସ୍‌ । ମୃତଦେହ ଗୁଡ଼ିକ ଦେହରୁ ଶାଢ଼ି ଖୋଲା ଅବସ୍ଥାରେ ମଳିଥିବା ବେଳେ ହତ୍ୟାକାରୀ ସେମାନଙ୍କୁ କୌଣସି ଶାରୀରିକ ନିର୍ଯ୍ୟାତନା ଦେଇନାହିଁ ବୋଲି ପୋଲିସ୍‌ କହିଛି । ମହିଳାମାନେ ପିନ୍ଧିଥିବା ଶାଢ଼ିରେ ହତ୍ୟାକାରୀ ସେମାନଙ୍କ ତଣ୍ଟି ଚିପି ମାରୁଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିିଛି ।

ଗତ ବର୍ଷ ଜୁଲାଇ, ଅଗଷ୍ଟ, ଅକ୍ଟୋବରରେ ୩ ଟି ମର୍ଡର ହୋଇଥିବା ବେଳେ ନଭେମ଼୍ବରରେ ୨ ଟି ମର୍ଡର ହୋଇଥିଲା । ତେବେ ଅଷ୍ଟମ ମର୍ଡର ପରେ ୩୦୦ ପୋଲିସ୍‌ଙ୍କୁ ନେଇ ୧୪ଟି ଟିମ୍‌ କରାଯାଇଥିଲା । ଏମାନେ ସମସ୍ତେ ଉକ୍ତ ଅଞ୍ଚଳରେ ସାଧା ପୋଷାକରେ ପାଟ୍ରୋଲିଂ କରୁଥିବା ବେଳେ ପରେ ହତ୍ୟାକାରୀ ବୋଧ ହୁଏ ପୋଲିସ୍‌ ସଂପର୍କରେ ଜାଣିପାରି ହତ୍ୟା କରିବାକୁ ସାହାସ କରୁନଥିବା ପୋଲିସ୍‌ କହିଛି ।

 

Share