Categories: ଖେଳ

୨-୨ରେ ସିରିଜ ଶେଷ

ବେଙ୍ଗାଲୁରୁ, ୧୯।୬: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ଶେଷ ହୋଇଛି।

ପୂର୍ବରୁ ୪ଟି ମ୍ୟାଚ ଅନୁଷ୍ଠିତ ହୋଇ ହୋଇଥିବା ବେଳେ ଉଭୟ ଦଳ ୨ଟି ଲେଖାଏ ବିଜୟ ହାସଲ କରି ବରାବର ସ୍ଥିତିରେ ଥିଲେ। ରବିବାର ବର୍ଷା ଯୋଗୁ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା। ଫଳରେ ମ୍ୟାଚକୁ ୧୯ ଓଭର ବିଶିଷ୍ଟ କରାଯାଇଥିଲା। ମାତ୍ର ୩.୩ ଓଭର ଖେଳ ହୋଇଥିବା ବେଳେ ପୁଣି ବର୍ଷା ହୋଇଥିଲା। ସେତେବେଳକୁ ଭାରତ ୨ ଉଇକେଟ ହରାଇ ୨୮ ରନ୍‌ କରିଥିଲା। ଦୁଇ ଯୁବ ଓପନର ଋତୁରାଜ ଗାଏକ୍ୱାଡ ୧୦ ଓ ଇଶାନ କିଷନ ୧୫ ରନ୍‌ କରି ଆଉଟ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ଲୁନ୍‌ଗି ଏନ୍‌ଗିଡ ୨ଟି ଯାକ ଉଇକେଟ ନେଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ନ ଛାଡ଼ିବାରୁ ମ୍ୟାଚକୁ ବାତିଲ କରାଯାଇଥିଲା। ଭୁବନେଶ୍ୱର କୁମାରଙ୍କୁ ପ୍ଲେୟର ଅଫ୍‌ ଦି ସିରିଜ୍‌ ଘୋଷଣା କରାଯାଇଥିଲା। ଦକ୍ଷିଣ ଆଫ୍ରିକା ଦଳରେ ୩ ପରିବର୍ତ୍ତନ କରାଯାଇଥିଲା। ଟେମ୍ବା ବଭୁମା ଆହତ ଥିବାରୁ ଏହି ମ୍ୟାଚରେ କେଶବ ମହାରାଜ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେଇଥିଲେ।

Share