ବସ୍ତା-ବାଲିଆପାଳ ରାସ୍ତାରେ ସିରିଜ ଦୁର୍ଘଟଣା

ବସ୍ତା,୮।୭(ହରିଶଙ୍କର ପାଢୀ) ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ-ବାଲିଆପାଳ ମୁଖ୍ୟ ରାସ୍ତା୍‌ର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବାଲିଆପାଳ ଅଞ୍ଚଳର ୨ଜଣ ଲୋକ ରୋଗୀ ନେଇ କଟକରୁ କାର୍‌ରେ ଫେରୁଥିବା ବେଳେ ପେଜଗଳା ବ୍ରିଜ ନିକଟରେ ବିପରୀତ ଦିଗରୁ ବସ୍ତା ଷ୍ଟେସନକୁ ଯାତ୍ରୀ ନେଇ ଯାଉଥିବା ଅଟୋ ସହ ମୁହାମୁହିଁ ଧକ୍କା ହୋଇଥିଲା। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ କାର ସହ ଜୋରରେ ଧକ୍କା ଦେଇ ରାସ୍ତାର ତଳକୁ ଖସି ପଡିଥିଲା। ଯାହା ଫଳରେ ଅଟୋ, କାର ଏବଂ ବାଇକ ସିରିଜ ଦୁର୍ଘଟଣାରେ ୧୦ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୪ଜଣଙ୍କୁ ବାଲେଶ୍ବର ଏବଂ ୬ଜଣଙ୍କୁ ବସ୍ତା ହସପିଟାଲକୁ ପଠାଇଥିବା ବେଳେ ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କାର ଡ଼୍ରାଇଭର ଜଣକ ବେପରୁଆ ଭାବରେ ଗାଡି ଚଳାଉ ଥିଲେ ବୋଲି ପତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି।

Share