ଗାଲେ,୨୮ା୭: ଗାଲେରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍ ୧-୧ରେ ବରାବର କରିଛି ଶ୍ରୀଲଙ୍କା। ୫୦୯ ରନ୍ ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ୨୬୧ ରନ୍ରେ ସମସ୍ତ ଉଇକେଟ ହରାଇଛି। ଫଳରେ ୨୪୬ ରନ୍ରେ ପାକିସ୍ତାନ ପରାସ୍ତ ହୋଇଛି। ଶ୍ରୀଲଙ୍କା ପକ୍ଷରୁ ପ୍ରଭାତ ଜୟସୂରିୟା ୫ ଉଇକେଟ ନେଇ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ହେଲେ ଦଳ ପକ୍ଷରୁ ବାବର ଆଜମ ସର୍ବାଧିକ ୮୧ ରନ୍ କରିବାର ସଫଳ ହୋଇଥିଲେ।
ଚତୁର୍ଥ ଦିନର ଅସମାପ୍ତ ସ୍କୋର ୮୯/୧ରୁ ଆରମ୍ଭ କରି ୯୭ରେ ଦ୍ୱିତୀୟ ଉଇକେଟ ହରାଇଥିଲା ପାକିସ୍ତାନ। ମହମ୍ମଦ ରିଜଓ୍ବାନ(୩୭)ଙ୍କ ସହିତ ୭୯ ରନ୍ ଯୋଗ କରିଥିଲେ ବାବର। ତେବେ ରିଜଓ୍ବାନଙ୍କ ଉଇକେଟ ପତନ ପରେ ପାକିସ୍ତାନ ଇନିଂସ ଭୁଶୁଡି ପଡିଥିଲା। ୧୭୬ ରନରେ ଦୁଇଟି ଉଇକେଟ ହରାଇଥିବା ପାକିସ୍ତାନ ୨୦୫ ରନ୍ ସୁଦ୍ଧା ୬ଟି ଉଇକେଟ ହରାଇଥିଲା । ବାବରଙ୍କ ଉଇକେଟ ପତନ ପରେ ପାକିସ୍ତାନ ଏକ ପ୍ରକାର ପରାଜୟ ହେବା ନିଶ୍ଚିତ ହୋଇଯାଇଥିଲା। ଏହି ସିରିଜରେ ସ୍ପିନର ଜୟସୂରିୟା ତାଙ୍କୁ ତୃତୀୟ ଥର ପାଇଁ ଆଉଟ କରିଥିଲେ। ରମେଶ ମେଣ୍ଡିସ୍ ୪ ଉଇକେଟ ନେଇଥିଲେ। ଷ୍ଟାଣ୍ଡଇନ୍ କ୍ୟାପଟେନ୍ ଧନଞ୍ଜୟ ଡି ସିଲଭାଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଏବଂ ପ୍ରଭାତ ଜୟ ସୂରିୟାଙ୍କୁ ପ୍ଲେୟର ଅଫ୍ ଦ ସିରିଜ ଘୋଷଣା କରାଯାଇଥିଲା।