Categories: ଖେଳ

ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ମୀରପୁର, ୧୧ା୭: ଭାରତ ଓ ବାଂଲାଦେଶ ମହିଳା ଦଳ ମଧ୍ୟରେ ଦ୍ୱିପାକ୍ଷିକ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ପ୍ରଥମ ମ୍ୟାଚ ଜିତିଥିବା ଭାରତ ଏହି ମ୍ୟାଚ ଜିତିବା ସହିତ ସିରିଜ୍‌ ବିଜୟୀ ହେବା ଲକ୍ଷ୍ୟରେ ରହିବ। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ସ୍ପିନର ଓ ଅଧିନାୟିକା ହରମନ୍‌ପ୍ରୀତ୍‌ କୌର୍‌ ଭାରତକୁ ସହଜ ବିଜୟ ପ୍ରଦାନ କରିଥିଲେ।
ପ୍ରଥମ ମ୍ୟାଚ୍‌ରେ ଦୁଇ ସ୍ପିନର ମିନ୍ନୁ ମଣି ଓ ଅନୁଷା ବରେଡ୍ଡି ଭାରତ ପକ୍ଷରୁ ପଦାର୍ପଣ କରିଥିଲେ। ସେହିପରି ୧୯ ବର୍ଷରୁ କମ୍‌ ଦଳର ଉଇକେଟ କିପର ଉମା ଚେତ୍ରୀ ଭାରତୀୟ ଦଳରେ ଥିବାରୁ ୟସ୍ତିକା ଭାଟିଆଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିପାରେ। ସେହିପରି ପେସ୍‌ ବୋଲିଂ ବିଭାଗରେ ଭାରତ ପରିବର୍ତ୍ତନ କରିବାକୁ ଚାହିଁବ। ପ୍ରଥମ ମ୍ୟାଚ୍‌ରେ ଅମନଜୋତ କୌର୍‌ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ରାଶି କନୋଜିୟା କିମ୍ବା ମୋନିକା ପଟେଲଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି।

Share