Categories: ଜାତୀୟ

ହରିୟାଣାରେ ଅମିତ ଶାହାଙ୍କ ରାଲି ପାଇଁ ୧୩୦ଜଣଙ୍କୁ ନୋଟିସ ଜାରି

ଚଣ୍ଡୀଗଡ,୧୬।୬: ଜୁନ ୧୮ରେ ଏକ ଭିଭିଆଇପି ଇଭେଣ୍ଟକୁ ଦର୍ଶାଇ ହରିୟାଣାର ସିରସା ଜିଲା ପୋଲିସ ୧୩୦ଜଣଙ୍କୁ ଶାନ୍ତି ବଜାୟ ରଖିବାକୁ ନୋଟିସ ଜାରି କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୁନ ୧୮ ରବିବାର ସିରସା ଠାରେ ଏକ ରାଲି କରିବାକୁ ଯାଉଛନ୍ତି। ସେଠାରେ ସେ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ରାଲିର ମୂଳଦୁଆ ପକାଇବେ।
ସେଠାର ସରପଞ୍ଚ, କୃଷକ ସଂଗଠନର କର୍ମୀ, ଆମ ଆଦମୀ ପାର୍ଟି (ଏଏପି) ଏବଂ କଂଗ୍ରେସର ସ୍ଥାନୀୟ ନେତାଙ୍କୁ ନୋଟିସ ଜାରି କରାଯାଇଛି।

Share