ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ

ଭୁବନେଶ୍ୱର, ୧୧ା୭(ବ୍ୟୁରୋ): ଭୁବନେଶ୍ୱରରେ ଏବେ କୋଭିଡ୍‌-୧୯ ସଂକ୍ରମଣ ହୁହୁହୋଇ ବଢ଼ୁଛି। ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଥିବାବେଳେ ଅଧିକାଂଶ ନୂଆ ପଜିଟିଭ୍‌ ପୁରୁଣା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି। ଏପରିସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶନିବାରଠାରୁ ସହରରେ ସେରୋଲୋଜିକାଲ ଟେଷ୍ଟ ଆରମ୍ଭ ହୋଇଛି। ମୋଟ ୫ହଜାର ନମୁନା ପରୀକ୍ଷଣ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୫ଶହ ଲୋକଙ୍କର ସେରୋଲୋଜିକାଲ ଟେଷ୍ଟ୍‌ ହେବ। ବିଭିନ୍ନ ବସ୍ତିରୁ ୧୬୦୦ ନମୁନା ଓ ଅନ୍ୟ ଅଞ୍ଚଳରୁ ୯୦୦ ନମୁନା ପରୀକ୍ଷଣ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

 

Share