ନୂଆଦିଲ୍ଲୀ,୧୧।୪: ଦେଶର ଅଧିକାଂଶ ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ବଢିଚାଲିଥିବା ବେଳେ ସୋମବାର କେନ୍ଦ୍ର ସରକାର ସିରମ ଇନଷ୍ଟିଚ୍ୟୁଟର କୋଭୋଭ୍ୟାକ୍ସ ଟିକାକୁ ବୟସ୍କଙ୍କ ପାଇଁ ହେଟେରୋଲାଗସ ବୁଷ୍ଟର ଡୋଜ ଭାବେ କୋଓ୍ବିନ ପୋର୍ଟାଲରେ ସାମିଲ କରିବାକୁ ମଞ୍ଜୁରୀ ଦେଇଥିଲେ। ମଙ୍ଗଳବାର ସିରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାଓ୍ବାଲା କହିଛନ୍ତି କୋଭୋଭ୍ୟାକ୍ସ ଏବେ କୋଓ୍ବିନ ପୋର୍ଟାଲରେ ଉପଲବ୍ଧ।
ପୁନାଓ୍ବାଲା ଟୁଇଟ କରିଛନ୍ତି, ଦେଶରେ ଓମିକ୍ରନ ଏକ୍ସବିବି ଓ ଏହାର ଭାରିଏଣ୍ଟ ସହ କୋଭିଡ ସଂକ୍ରମଣ ପୁଣି ବଢିବାରେ ଲାଗିଛି। ଏହା ବୟସ୍କଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ମୁଁ ବୟସ୍କଙ୍କ ପାଇଁ କହିବି କି ସେମାନେ ମାସ୍କ ପିନ୍ଧନ୍ତୁ ଓ କୋଭୋଭ୍ୟାକ୍ସ ବୁଷ୍ଟର ନିଅନ୍ତୁ, ଯାହା ଏବେ କୋଓ୍ବିନ ଆପରେ ଉପଲବ୍ଧ ଅଛି। ଏହା ସବୁ ଭାରିଏଣ୍ଟ ପାଇଁ କାମ କରିବ ଏହା ଆମେରିକା ଓ ୟୁରୋପରେ ସ୍ବୀକୃତ ହୋଇଛି।
As COVID cases have been rising again with Omicron XBB & its variants, it can be severe for the elderly. I’d suggest for the elderly, mask up & take the Covovax booster which is now available on the COWIN app. It is excellent against all variants & is approved in the US & Europe. pic.twitter.com/H8lmIzStUa
— Adar Poonawalla (@adarpoonawalla) April 11, 2023