ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ପୁନାୱାଲା ନେଲେ କରୋନା ଟିକା

ପୁଣେ,୧୬ ।୧: କରୋନା ମହାମାରୀଠାରୁ ମୁକ୍ତି ପାଇବା ପାଇଁ ଦେଶକୁ ମିଳିଯାଇଛି ଟିକା । ଶନିବାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ଏଥିରେ ପ୍ରଥମେ କରୋନା ଯୋଦ୍ଧାଙ୍କୁ ସାମିଲ କରାଯାଇଛି । ଏହି କ୍ରମରେ ସିରମ ଇନଷ୍ଟିଚ୍ୟୁଟ ଅଫ୍‌ଇଣ୍ଡିଆ(ଏସ୍‌ଆଇଆଇ) ସିଇଓ ଅଦାର ପୁନାୱାଲା ମଧ୍ୟ ଟିକା ନେଇଛନ୍ତି । ଦେଶକୁ ପ୍ରଥମ ଭ୍ୟାକ୍ସିନ ମିଳିଯାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ନେବା ସମୟର ଏକ ଭିଡିଓକୁ ସେ ଟୁଇଟରରେ ଶେୟାର କରିଛନ୍ତି । ପୁନାୱାଲା ନିଜେ ଟିକା ନେଇଥିବା ଦେଖିବା ପରେ ଏବେ ଅନ୍ୟମାନେ ବି ଏଥିରୁ ପ୍ରେରଣା ପାଇବେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ୨୦୧୯ରେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଏକ ପ୍ରକାର ତା’ କବଳକୁ ନେଇ ଯାଇଛି । ଏହି ମହାମାରୀ କୋଟି କୋଟି ଲୋକଙ୍କ ଜୀବନ ନେଇଯିବା ସହ ବିଶ୍ୱର ଅର୍ଥନୀତିକୁ ବି ବିଗାଡି ଦେଇଛି ।

Share