ଅକ୍ସଫୋର୍ଡର ପ୍ରତି ଶିଶି କରୋନା ଭ୍ୟାକ୍ସିନର ଦାମ ରହିବ ୨୦୦ ଟଙ୍କା

ନୂଆଦିଲ୍ଲୀ,୧୧ ।୧: କରୋନାଠାରୁ ଦୂରେଇ ରହିବା ପାଇଁ ଦେଶରେ ପ୍ରସ୍ତୁତ ହୋଇଥିବା ଅକ୍ସୋଫୋର୍ଡ ଭ୍ୟାକ୍ସିନର ପ୍ରତି ଶିଶିର ଦାମ ୨୦୦ ଟଙ୍କା ରହିବ ବୋଲି ଜଣାପଡିଛି । ସିରମ ଇନଷ୍ଟିଚ୍ୟୁଟକୁ ଭ୍ୟାକ୍ସିନ କ୍ରୟ କରିବାର ଅର୍ଡର ସୋମବାର ସୁଦ୍ଧା ମିଳିଯିବ ବୋଲି କୁହାଯାଉଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୋଭିସିଲ୍ଡର କିଛି ମିଲିୟନ ଡୋଜ ପ୍ରତି ସପ୍ତାହରେ ସପ୍ଲାଇ କରାଯିବ । ପ୍ରଥମେ ୧୧ ମିଳିୟନ(୧କୋଟି ୧୦ଲକ୍ଷ) ଡୋଜ ସପ୍ଲାଇ କରାଯିବ । ନିକଟରେ ସରକାର ଘୋଷଣା କରିଥିଲେ କି ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ କରାଯିବ । ସୂଚନାଯୋଗ୍ୟ ଡିସିଜିଆଇ ଯେଉଁ ୨ଟି ଟିକାକୁ ମଞ୍ଜୁରୀ ପ୍ରଦାନ କରିଛି ତାହା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଏସଟ୍ରାଜେନେକା ଦ୍ୱାରା ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସହ ମିଶି ପ୍ରସ୍ତୁତ କରିଛି କୋଭାସିଲ୍ଡ । ସେହପିରି ଘରୋଇ ଔଷଧ କମ୍ପାନୀ ଭାରତ ବାୟୋଟେକ ଦ୍ୱାରା ବିକଶିତ ସ୍ୱଦେଶୀ କୋଭାକ୍ସିନ ବି ରହିଛି ।

Share