Categories: ଜାତୀୟ

ଜୁନ୍‌ରେ ୧୦ କୋଟି ଡୋଜ୍‌ ଟିକା ପ୍ରସ୍ତୁତ କରିବ ସେରମ୍‌

ନୂଆଦିଲ୍ଲୀ,୩୦।୫: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସ୍‌ଆଇଆଇ) ଜୁନ ମାସରେ କୋଭିଶିଲ୍ଡ ଟିକା ୯-୧୦ କୋଟି ଡୋଜର ଉତ୍ପାଦନ ତଥା ଯୋଗାଣ ବିଷୟରେ ସରକାରଙ୍କୁ ସୂଚନା ଦେଇଛି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପଠାଯାଇଥିବା ଏକ ଚିଠିରେ ଏସ୍‌ଆଇଆଇ କହିଛି ଯେ, ମହାମାରୀ ସତ୍ତ୍ୱେ ଆମ କର୍ମଚାରୀମାନେ ୨୪ ଘଣ୍ଟା କାମ କରୁଛନ୍ତି। ଏସ୍‌ଆଇଆଇର ସରକାରୀ ଏବଂ ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ ଏହି ଚିଠିରେ କହିଛନ୍ତି ଯେ, ଆମେ ଜୁନ ମାସରେ ୯-୧୦ କୋଟି ଡୋଜ କୋଭିଶିଲ୍ଡ ଟିକା ଉତ୍ପାଦନ ତଥା ଯୋଗାଣ କରିପାରିବୁ। ଆମର ଉତ୍ପାଦନ କ୍ଷମତା ୬.୫ କୋଟିରୁ ଅଧିକ ଅଟେ। ଭାରତ ସରକାରଙ୍କ ସମର୍ଥନ ଏବଂ ମାର୍ଗଦର୍ଶନରେ ଆମେ ଆସନ୍ତା ମାସରେ ମଧ୍ୟ ଟିକା ଉତ୍ପାଦନ କ୍ଷମତା ବଢାଇବାକୁ ଲକ୍ଷ୍ୟ ରଖିଛୁ। ଯଥାସମ୍ଭବ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଆମର ଟିକା ଉତ୍ପାଦନ ବୃଦ୍ଧି କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଚିଠିରେ କୁହାଯାଇଛି।

Share