ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଡିସିଜିଆଇରେ କଲା ଆବେଦନ: ଜରୁରୀକାଳୀନ ସ୍ଥିତିରେ ଦିଆଯିବ କୋଭିଶିଲ୍ଡ

ନୂଆଦିଲ୍ଲୀ,୭।୧୨: ଭାରତରେ ଜରୁରୀକାଳୀନ ସ୍ଥିତିରେ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ବ୍ରିଟିଶ୍‌ ଡ୍ରଗ୍‌ ନିର୍ମାତା ଆଷ୍ଟ୍ରାଜେନିକା ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା କରୋନା ଟିକା କୋଭିଶିଲ୍ଡର ପ୍ରୟୋଗ କରାଯିବ ଲାଗି ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ)ର ମଞ୍ଜୁରୀ ଲୋଡ଼ାଯାଇଛି। କୋଭିଶିଲ୍ଡର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍‌ ପାଇଁ ଭାରତୀୟ ମେଡ଼ିକାଲ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି। ଭାରତରେ ଜରୁରୀକାଳୀନ ସ୍ଥିତିରେ ଟିକା ଉପଲବ୍ଧ କରାଇବା ପାଇଁ ଡିସିଜିଆଇର ମଞ୍ଜୁରୀ ମିଳିଲେ ପରବର୍ତ୍ତୀ ସମୟରେ କୋଭିଶିଲ୍ଡର ଟିକାକରଣ ଆରମ୍ଭ ହେବ। କୋଭିଶିଲ୍ଡ ଗୁରୁତର କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ବେଶ୍‌ ପ୍ରଭାବଶାଳୀ ବୋଲି ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାର ପରୀକ୍ଷା ବ୍ରିଟେନ୍‌ ଏବଂ ବ୍ରାଜିଲ୍‌ରେ ମଧ୍ୟ ଜାରି ରହିଛି।

Share