Categories: ଜାତୀୟ

ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ମୁଖ୍ୟଙ୍କୁ କାହିଁକି ମିଳିବ ଓ୍ବାଇ ସୁରକ୍ଷା

ନୂଆଦିଲ୍ଲୀ,୨୮।୪ : ସିରମ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇଆଇ) ମୁଖ୍ୟ ଆଦର ପୁନାଓ୍ବାଲାଙ୍କୁ ଓ୍ବାଇ ସ୍ତରୀୟ ସୁରକ୍ଷା ମିଳିବ। ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି ନିର୍ଦ୍ଦେଶ। ତାଙ୍କ ଜୀବନ ପ୍ରତି ବିପଦ ଥିବା ସୂତ୍ରରୁ ଜଣାପଡ଼ିବା ପରେ ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଛି।

ଓ୍ବାଇ ସ୍ତରୀୟ ସୁରକ୍ଷାରେ ୧୧ ସୁରକ୍ଷାକର୍ମୀ ମୁତୟନ ହେବେ। ସାଧାରଣତଃ ଏଥିରେ ଜଣେ କି ଦୁଇ ଜଣ କମାଣ୍ଡୋ ଓ ଅନ୍ୟମାନେ ପୋଲିସକର୍ମୀ ରହୁନ୍ତି। କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଦେଉଥିବା କୋଭିଶିଲ୍ଡ ଟିକାର ମୂଲ୍ୟ ରାଜ୍ୟ ସରକାରଙ୍କ ପାଇଁ ୪୦୦ ଟଙ୍କା ଘୋଷଣା କରିବା ପରେ ବିଭିନ୍ନ ମହଲରୁ ସିରମ ଇନ୍‌ଷ୍ଟିଚ୍ୟୁଟକୁ ସମାଲୋଚନା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପାଇଁ ଟିକାର ମୂଲ୍ୟ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

Share