Categories: ଜାତୀୟ

“ପାପର ପ୍ରାୟଶ୍ଚିତ ପାଇଁ ସମାଜ ସେବା କର”: ଦିଲ୍ଲୀ ହାଇକୋର୍ଟ…

ନୂଆଦିଲ୍ଲୀ,୧୪।୧୦: ଜଣେ ମହିଳାଙ୍କୁ ପିଛା କରିବା ଏବଂ ତାଙ୍କ ମୁହଁରେ ଏସିଡ ଫିଙ୍ଗିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦାଖଳ କରାଯାଇଥିବା ଏକ ଆବେଦନର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, “ପାପର ପ୍ରାୟଶ୍ଚିତ ପାଇଁ ସମାଜ ସେବା କର”। ବିଚାରପତି ସୁବ୍ରମଣ୍ୟମ ପ୍ରସାଦଙ୍କ ନେତୃତ୍ୱର ଗଠିତ ଖଣ୍ଡପୀଠ ଅଭିଯୁକ୍ତଙ୍କୁ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଏକ ମାସ ଲାଗି ସମାଜ ସେବା କରିବାକୁ ଏବଂ ଆର୍ମି ୱେଲଫେୟାର ପାଣ୍ଠି ଯୁଦ୍ଧ କାଜୁଆଲିଟିରେ ୩୫,୦୦୦ ଟଙ୍କା ଜରିମାନା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ଆବେଦନକାରୀଙ୍କ ବୟସକୁ ଦୃଷ୍ଟିରେ ରଖି ଏବଂ ତାଙ୍କ ଆଗରେ ଏକ ସମ୍ପୂର୍ଣ୍ଣ ଜୀବନ ରହିଥିବା ତଥା ତାଙ୍କର କ୍ଷମା ମାଗିବା ଏବଂ ଭବିଷ୍ୟତରେ ଏପରି ଘଟଣା ପୁନରାବୃତ୍ତି ନ କରିବାକୁ ଦେଇଥିବା ପ୍ରତିଶ୍ରୁତି ଏବଂ ଉଭୟଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିବା ତଥ୍ୟ ଆଧାରରେ ଏଭଳି ରାୟ ଦେଇଛନ୍ତି।

ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୫୪, ୩୫୪-ଏ, ୩୫୪-ଡି ଏବଂ ୫୦୬ ଅନୁଯାୟୀ ଏକ ଏଫଆଇଆର ପଞ୍ଜିକୃତ ହୋଇଥିଲା। ସେ ସମ୍ପୃକ୍ତ ମହିଳାଙ୍କ ପିଛା କରୁଥିଲେ ଏବଂ ଯଦି ସେ ତାଙ୍କୁ ବିବାହ କରିବାକୁ ମନା କରନ୍ତି ତେବେ ତାଙ୍କ ମୁହଁରେ ଏସିଡ ଫିଙ୍ଗିଦେବେ ବୋଲି ଧମକ ଦେଇଥିଲେ। ଉଭୟ ପକ୍ଷ ପାରସ୍ପରିକ ସମ୍ମତି ଦେଇ ବିବାଦର ସମାଧାନ କରିଛନ୍ତି ବୋଲି କୋର୍ଟ କହିଛନ୍ତି।

ଏହି ପ୍ରକ୍ରିୟାରେ ଯୋଗ ଦେଇଥିବା ଅଭିଯୋଗକାରିଣୀ ମଧ୍ୟ କୋର୍ଟଙ୍କୁ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ତାଙ୍କ ନିକଟରେ କ୍ଷମା ମାଗିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ କହିଛନ୍ତି ଯେ ଭବିଷ୍ୟତରେ ସେ ଏପରି କାର୍ଯ୍ୟ ପୁନରାବୃତ୍ତି କରିବେ ନାହିଁ। ସମାଜ ସେବା ସମାପ୍ତ ହେବା ପରେ ଲୋକନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାର ମେଡିକାଲ ଅଧୀକ୍ଷକଙ୍କଠାରୁ ଏକ ପ୍ରମାଣପତ୍ର ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ଯଦି ଅନୁପସ୍ଥିତି କିମ୍ବା ଅସଦାଚରଣ ମାମଲା ସମ୍ପର୍କରେ କିଛି ମାମଲା ଆସେ ତେବେ ତୁରନ୍ତ ମେଡିକାଲ ଅଧୀକ୍ଷକ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନା ଏସ୍‌ଏଚ୍‌ଓଙ୍କୁ ଜଣାଇବେ। ସେ ଏହାକୁ ରାଜ୍ୟ ଏଏସ୍‌ ସିକୁ ଜଣାଇବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଜାରି କରିଛନ୍ତି।

Share