ନୂଆଦିଲ୍ଲୀ,୨୩।୧୨: କଂଗ୍ରେସ ନେତା ହରିଶ ରାୱତ ବୁଧବାର ତାଙ୍କ ହାତ ଓ ପାଦ ବନ୍ଧା ଯାଇଥିବା ଟୁଇଟ୍ କରିବା ପରେ ଗୁରୁବାର ସ୍ବର ବଦଳାଇଛନ୍ତି। ସେ କହିଛନ୍ତି, ତାହା ତାଙ୍କ ନିତିଦିନିଆ ଟୁଇଟ୍ ଥିଲା। କିନ୍ତୁ ଆଜି ଖବରକାଗଜ ପଢିବା ପରେ ମୁଁ ଅନୁଭବ କଲି ଯେ ଏହା କିଛି ବିଶେଷ ଥିଲା, କାରଣ ଭାଜପା ଏବଂ ଏଏପି ଦଳ ମୋର ଟୁଇଟ୍ ପଢ଼ି ଲଙ୍କା ଲାଗିଯାଇଛିଏବଂ ସେଥିପାଇଁ ସେ ଏଥିରେ ଲୁଣ ଲଗାଇ ମନ୍ତବ୍ୟ ଦେଉଛନ୍ତି। ଏହି ଟୁଇଟ୍ରେ ସେ ଉତ୍ତରଖଣ୍ଡ ଭାଜପା ଏବଂ ଉତ୍ତରଖଣ୍ଡ ଆମ ଆଦମୀ ପାର୍ଟିକୁ ମଧ୍ୟ ଟ୍ୟାଗ କରିଛନ୍ତି।
ବୁଧବାର ସନ୍ଧ୍ୟାରେ ହରିଶ ରାୱତ ୩ଟି ଟୁଇଟ୍ କରିଥିଲେ। ଟୁଇଟ୍ରେ ସେ ରାଜନୀତିରୁ ଅବସର ନେବାକୁ ସୂଚିତ କରିଥିଲେ। ଗୁରୁବାର ଦିନ ପାର୍ଟି ହାଇକମାଣ୍ଡ ଡାକିବା ପରେ ତାଙ୍କର ଆଭିମୁଖ୍ୟ ନରମ ହୋଇଛି।
मेरा ट्वीट रोजमर्रा जैसा ही ट्वीट है, मगर आज अखबार पढ़ने के बाद लगा कि कुछ खास है, क्योंकि भाजपा और आप पार्टी को मेरी ट्वीट को पढ़कर बड़ी मिर्ची लग गई है और इसलिये बड़े नमक-मिर्च लगाये हुये बयान दे रहे हैं।@BJP4UK @AAPUttarakhand pic.twitter.com/85HXX4Far2
— Harish Rawat (@harishrawatcmuk) December 23, 2021