ଭଙ୍ଗା ଘରେ ଚାଲିଛି ସେବା ସମବାୟ ସମିତି

ତଳଗାଁ,୧୬ା୧୦(କୁନା ବେହେରା): ରାଜ୍ୟ ସରକାର କୃଷକମାନଙ୍କ ଉନ୍ନତି ସକାଶେ ସେବା ସମବାୟ ସମିତି ଜରିଆରେ ବିଭିନ୍ନ ଯୋଜନା କରି ଆସୁଥିବା ବେଳେ ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ହରଭଙ୍ଗାଠାରେ ଥିବା ସେବା ସମବାୟ ସମିତି ନାହି ନାହିଁରେ ଚାଲିଥିବା ଦେଖିବାକୁ ମିଳିଛି। ଦୀର୍ଘ ୪୫ ବର୍ଷ ହେଲା ଏହି ସେବା ସମବାୟ ସମିତି ଚାଲି ଆସୁଥିବା ବେଳେ ବର୍ତ୍ତମାନ ସମିତି ଏକ ଭଙ୍ଗା ଟିଣ ଘରେ ଚାଲୁଛି। ପ୍ରତ୍ୟହ ଶହ ଶହ ସଂଖ୍ୟାରେ ଚାଷୀ ସମିତକୁ ଆସି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମିତିରେ ଚାଷୀଙ୍କ ବସିବା ପାଇଁ ଭଲ ଘର ଖଣ୍ଡେ ନ ଥିବା ଜଣାପଡିଛି। ସରକାର ସେବା ସମବାୟ ସମିତିଗୁଡିକୁ ଗୋଦାମ ଗୃହ, ମିଟିଂ ହଲ ଆଦି ତିଆରି କରି ଦେଉଥିବା ବେଳେ ହରଭଙ୍ଗା ସେବା ସମବାୟ ସମିତି ପ୍ରତି କାହାର ନିଘା ନାହିଁ। ସମିତିର ଭଙ୍ଗା ଟିଣ ଘର ଯୋଗୁ ବର୍ଷା ହେଲେ ପାଣି ଗଳୁ ଥିବାରୁ ଗୋଦାମରେ ସାର, ବିହନ ଆଦି ନଷ୍ଠ ହେବାକୁ ବସିଛି। ସେବା ସମବାୟ ସମିତିରେ ମଣ୍ଡି ଖୋଲାଯାଇଥିବା ବେଳେ ଚାଷୀଙ୍କ ଧାନ କିଣିବାକୁ ସିମେଣ୍ଟର ଖଳାଟିଏ ନାହିଁ। ଫଳରେ ଚାଷୀ ଧାନ ଆଣି ଧୂଳିରେ ଢାଳି ବିକ୍ରି କରିଥାଏ। ଜିଲା ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହେଉଛି।

Share