ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ସେବା ଠିକା ସୁରକ୍ଷା କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ଧାରଣା, ସେବା ଠପ୍‌

ପାଟଣା,୧୩।୨:(ବୀରକିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦୁଝର ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥ ର ଖଇରେଇଟାଙ୍ଗିରି ଟୋଲ ଗେଟ ଅଫିସ ନିକଟରେ ଦୁର୍ଘଟଣା ଜନିତ ଜରୁରୀ କାଳୀନ ସେବା ଯୋଗାଉ ଥିବା ଏନ ଏଚ ଆଇର ଠିକା କର୍ମଚାରୀ ମାନେ ଗୁରୁବାର ସକାଳୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ଫଳରେ ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ସେବା ଠପ ହୋଇପଡ଼ିଛି। ଖିରେଇଟାଙ୍ଗିରୀ ଟୋଲ ପ୍ଲାଜା ନିକଟରେ କର୍ମଚାରୀ ମାନେ ବର୍ଦ୍ଧିତ ଦରମା, ନିଯୁକ୍ତି ପତ୍ର, ଜୀବନ ବୀମା , ପରିଚୟ ପତ୍ର , ପୋଷାକ ଓ ଆନୁଷଙ୍ଗିକ ପୋଷାକ ପତ୍ର ଦାବି ନେଇ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି।

Share