ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ସୁରଟ କୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ଏପ୍ରିଲ ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଅନ୍ୟପଟେ, ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସୁରଟ କୋର୍ଟରେ ପହଞ୍ଚିଥିଲେ। ଏଥିସହ କଂଗ୍ରେସ ଶାସିତ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଗୁଜରାଟରେ ପହଞ୍ଚିଥିବା ଜଣାପଡିଛି।
ସୋମବାର ରାହୁଲ ଗାନ୍ଧୀ ମାନହାନି ମାମଲାରେ ତଳ ଅଦାଲତ ଦେଇଥିବା ରାୟକୁ ଚାଲେଞ୍ଜ କରି ସୁରଟ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାରେ ଦଣ୍ଡ ଘୋଷଣା ହେବାର ୧୧ଦିନ ପରେ ସେ ସେସନ କୋର୍ଟରେ ଏହା ବିରୋଧରେ ପିଟିସନ ଦାଖଲ କରିଥିଲେ। ପିଟିସନ ଦାଖଲ ପରେ ସେସନ କୋର୍ଟ ତାଙ୍କୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି।