ରୁଷିଆ-ୟୁକ୍ରେନ ବାର୍ତ୍ତାକୁ ଝଟ୍‌କା, ଦେଶଦ୍ରୋହ ଅଭିଯୋଗରେ ୟୁକ୍ରେନ ବୁଝାମଣାକାରୀ ଡେନିସ କ୍ରିଭଙ୍କୁ ହତ୍ୟା!

କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ପୂରଣ ହୋଇଛି । ହେଲେ ଉଭୟ ଦେଶ ମଧ୍ୟରେ ବାର୍ତ୍ତାଳାପ ପରେ ଶାନ୍ତିରେ ସମସ୍ୟାର ସମାଧାନ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ବାହାରି ପାରିନାହିଁ । ହେଲେ ଇତିମଧ୍ୟରେ ହୋଇଥିବା ବାର୍ତ୍ତାରେ ୟୁକ୍ରେନର ସଦସ୍ୟ ଥିବା ଡେନିସ କ୍ରିଭଙ୍କୁ ଦେଶଦ୍ରୋହ ଅଭିଯୋଗରେ ହତ୍ୟା କରାଯାଇଥିବା ଜଣାପଡିଛି । ଡେନିସଙ୍କୁ ୟୁକ୍ରେନ୍ ସେନା ଗୁଳିକରି ହତ୍ୟା କରିଥିବା କୁହାଯାଉଛି । ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ ଦୁଇ ଦେଶ ମଧ୍ୟରେ ଦୁଇଥର ବାର୍ତ୍ତାଳାପ ସରିଲାଣି । ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ନିଷ୍କର୍ଷ ବାହାରି ନାହିଁ । ୟୁକ୍ରେନ ପକ୍ଷରୁ ଯେଉଁ ସଦସ୍ୟମାନେ ରୁଷିଆ ସହ ବାର୍ତ୍ତାଳାପ କରୁଥିଲେ ସେମାନଙ୍କ ମଧ୍ୟରେ ଡେନିସ ଥିଲେ ଜଣେ ସଦସ୍ୟ । ସୂଚନାଯୋଗ୍ୟ, ଉଭୟ ଦେଶ ମଧ୍ୟରେ ସୋମବାର ପୁଣିଥରେ କଥାବାର୍ତ୍ତା ହେବାର ଯୋଜନା ରହିଛି ।

Share