ଶରିଫଙ୍କ ପୁଅ ହମଜାଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା, ପରଭେଜ ଇଲାହି ପଞ୍ଜାବର ମୁଖ୍ୟମନ୍ତ୍ରୀ

ଇସଲାମାବାଦ,୨୭ ।୭: ପାକିସ୍ତାନ ସୁପ୍ରିମକୋର୍ଟ ମଙ୍ଗଳବାର ପଞ୍ଜାବ ବିଧାନସଭାର ଡେପୁଟି ସ୍ପିକରଙ୍କ ୧୦ ମତକୁ ଖାରଜ କରିବା ନିଷ୍ପତ୍ତିକୁ ଅସମ୍ବିଧାନକ କରି ଦେଇଛନ୍ତି । ଏହାସହ ପିଏମଏଲ-କ୍ୟୁ ନେତା ଚୌଧୁରୀ ପରଭେଜ ଇଲାହିଙ୍କୁ ରାଜନୈତିକ ଭାବେ ମହତ୍ୱପୂର୍ଣ୍ଣ ଅଞ୍ଚଳର ମୁଖ୍ୟମନ୍ତ୍ରୀ କରି ଦେଇଛନ୍ତି । ଏହି ନିଷ୍ପତ୍ତି ଯୋଗୁ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କୁ ବଡ ଝଟକା ଲାଗିଛି ।
ବହୁମତ ହାସଲ କରିବା ପରେ ବି ଶୁକ୍ରବାର ନିର୍ବାଚନ ହାରିଥିବା ପରଭେଜ ଇଲାହି ଡେପୁଟି ସ୍ପିକର ଦୋସ୍ତ ମଜାରିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ଶରିଫଙ୍କ ପୁଅ ହମଜାଙ୍କୁ ବିଜୟି ଘୋଷିତ କରାଯାଇଥିଲା । ମାମଲାର ଶୁଣାଣି କରୁଥିବା ଚିଫ ଜଷ୍ଟିଶ ଉମର ଅତା ବଂଦିୟାଲ , ଜଷ୍ଟିଶ ଇଜାଜୁଲ ଅହସାନ ଓ ଜଷ୍ଟିଶ ମୁନିବ ଅଖତରଙ୍କ ପିଠ ରାୟ ଶୁଣାଇଥିଲେ କି ପରଭେଜ ଇଲାହି ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ହେଲେ ।

Share