Categories: ବାଣିଜ୍ୟ

ଟିପିସିଓଡିଏଲ୍‌ ପକ୍ଷରୁ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ

ଭୁବନେଶ୍ୱର,୫।୯: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଟିପିସିଓଡିଏଲ୍‌-ଦକ୍ଷତା ବିକାଶ କେନ୍ଦ୍ର (ଏସ୍‌ଡିସି)ର ସ୍ଥାପନ କରାଯାଇଛି। ଏପରିକି ସ୍ଥାନୀୟ ଗଜପତିନଗର ନିକଟସ୍ଥ ସୈନିକ ସ୍କୁଲଠାରେ ଏହାର ପ୍ରଥମ ତାଲିମ କେନ୍ଦ୍ରର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅବସରରେ ଟାଟା ପାୱାରର ଏମ୍‌ଡି ଓ ସିଇଓ ଡ. ପ୍ରବୀର ସିହ୍ନା ଏବଂ ଟିପିସିଓଡିଏଲ୍‌ର ସିଇଓ ଏମ୍‌. ସେନ୍‌ବାଗମ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଭୟ ଟାଟା ପାଓ୍ବାର ଓ ଟିପିସିଓଡିଏଲର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ କମ୍ପାନୀର ପ୍ରଶିକ୍ଷାର୍ଥୀମାନେ ଉପସ୍ଥିତିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରବୀର ସିହ୍ନା କହିଥିଲେ, ଆମ ସଂସ୍ଥାର ସଂସ୍କୃତି ହେଉଛି ପ୍ରଯୁକ୍ତି ଜରିଆରେ ଆଗକୁ ବଢ଼ିବା ଏବଂ ଉକ୍ତ ସଂସ୍କୃତି ପାଇଁ କର୍ମଚାରୀଙ୍କ ଦକ୍ଷତାରେ ଉନ୍ନତି ଅପରିହାର୍ଯ୍ୟ ହୋଇପଡ଼ିଛି। ସେହିଭଳି ଏକ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଓ ଉତ୍ତମ ଗ୍ରାହକ ସେବାକୁ ନିଶ୍ଚିତ କରିବା ଲାଗି ଆମର ଦକ୍ଷତାଗୁଡ଼ିକରେ ନିୟମିତ ବ୍ୟବଧାନରେ ଉନ୍ନତି ଆଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଯୁକ୍ତି ଭୂମିକାରେ ଉଚ୍ଚ ଦକ୍ଷତା ହାସଲ କରିବା ଲାଗି ଆମ କର୍ମଚାରୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ବୋଲି ସେନବାଗମ୍‌ କହିଛନ୍ତି।

Share