ଦେଶରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠାରେ ଆପଣ ଏକ ସାଧାରଣ ରେଷ୍ଟୁରାଣ୍ଟ ପରି ମେନୁରୁ ଖାଦ୍ୟ ଅର୍ଡର କରି ବିଭିନ୍ନ ପ୍ରକାରର ଖାଦ୍ୟ ଉପଭୋଗ କରିପାରିବେ। ବିଲ ଦେବା ସମୟ ଆସିବା କ୍ଷଣି ଟେବୁଲ ଉପରେ ଏକ ଖାଲି ଲଫାପା ରଖାଯାଇଥାଏ। ଏହି ଲଫାପାରେ ଖାଦ୍ୟ ବିଲ ନଥାଏ, କିନ୍ତୁ ଅନ୍ୟ କେହି ଆପଣଙ୍କ ନାମରେ ଖାଦ୍ୟ ବିଲ ଦେୟ କରିସାରିଥାନ୍ତି। ଆପଣ ମଧ୍ୟ ଏହି ଲଫାପାରେ ଅନ୍ୟ କାହା ବିଲ୍ ଇଚ୍ଛା ଅନୁଯାୟୀ ରଖି ଦେବାକୁ ପଡେ। ଆଜିର ଯୁଗରେ ଲାଭ ପାଇବା ପାଇଁ ରେଷ୍ଟୁରାଣ୍ଟ ମାଲିକ ଅନେକ ପ୍ରକାରର ପନ୍ଥା ଆପଣାଇଥାନ୍ତି। କିନ୍ତୁ ଅହମଦାବାଦରେ ଥିବା ଏହି ରେଷ୍ଟୁରାଣ୍ଟ ଲୋକମାନଙ୍କୁ ଏପରି ସୁବିଧା ଦେଉଛି। ‘ସେବା କାଫେ’ ନାମକ ଏହି ରେଷ୍ଟୁରାଣ୍ଟ ଲୋକଙ୍କୁ ଖାଇବାକୁ ଦେଉଛି। ଗତ ୧୧ ବର୍ଷ ଧରି, ଏହି ରେଷ୍ଟୁରାଣ୍ଟ ଉପହାର ଅର୍ଥରେ ଚାଲିଆସୁଛି। ଏହି ରେଷ୍ଟୁରାଣ୍ଟରେ, ଆପଣ ଯେତିକି ଖାଇବାକୁ ଚାହାଁନ୍ତି ସେତିକି ଖାଇପାରିବେ, କିନ୍ତୁ ଆପଣ ନିଜ ପସନ୍ଦ ଅନୁଯାୟୀ ବିଲ ଦେବାକୁ ପଡେ। ଏହି କାଫେ ଗୁରୁବାର ଏବଂ ରବିବାର ସନ୍ଧ୍ୟା ୭ଟାରୁ ୧୦ ପର୍ଯ୍ୟନ୍ତ ଖୋଲା ରହେ। ମାସ ଶେଷରେ ଯାହା ଆମଦାନୀ ହୁଏ ତାହା ଖର୍ଚ୍ଚ ବାବଦକୁ କାଟି ଦେଇ ବାକି ଯାହା ବଳକା ରୁହେ ତାହା ସାମାଜିକ ଅନୁଷ୍ଠାନକୁ ଦାନ ଦିଆଯାଏ।