ସର୍ବଭାରତୀୟ ସ୍ତରରେ ସେବା ଦିବସ ପାଳିତ, ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ: ଶାଲୁ ଜିନ୍ଦଲ

ନୂଆଦିଲ୍ଲୀ,୨୩।୧୦: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ (ସଙ୍ଗଠନ) ଜିନ୍ଦଲ ଫାଉଣ୍ଡେଶନ ପକ୍ଷରୁ ଫାଉଣ୍ଡେଶନର ଅଧ୍ୟକ୍ଷା ତଥା ବିଶିଷ୍ଟ ସାମାଜିକ କର୍ମୀ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କୁଚିପୁଡ଼ି ନୃତ୍ୟାଙ୍ଗନା ଶାଲୁ ଜିନ୍ଦଲଙ୍କ ଜନ୍ମଦିବସକୁ ‘ସେବା ଦିବସ’ ଭାବେ ଦେଶବ୍ୟାପୀ ପାଳନ କରାଯାଇଛି। ଏପରିକି ସାମୁଦାୟିକ ବିକାଶ ପାଇଁ ଶାଲୁଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଆଧାରକରି ଜିନ୍ଦଲ ଫାଉଣ୍ଡେଶନର ଦେଶବ୍ୟାପୀ ଥିବା ସମସ୍ତ ପ୍ରତିଷ୍ଠାନ ଦ୍ବାରା ବହୁ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏ ନେଇ ଶାଲୁ କହିଛନ୍ତି, ଆପଣମାନଙ୍କ ଶୁଭେଚ୍ଛା ଓ ମୋ ଜନ୍ମଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ବାସ୍ତବରେ କୃତଜ୍ଞ। ଏପରିକି ଆପଣମାନଙ୍କ ସହଯୋଗ ସମାଜର କଲ୍ୟାଣ ପାଇଁ ଅଧିକ ଉଦ୍ୟମ କରିବାକୁ ମତେ ବହୁତ ଶକ୍ତି ଯୋଗାଉଛି। ସେହିଭଳି ଆମେମାନେ ଏକାଠି ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ସାମାଜିକ ଦୁର୍ବଳ ଲୋକମାନଙ୍କ ମୁହଁରେ ହସ ଫୁଟାଇପାରିବା।

ଅପରପକ୍ଷରେ ଜିନ୍ଦଲ ଫାଉଣ୍ଡେଶନ ପକ୍ଷରୁ ଓଡ଼ିଶା,ଛତିଶଗଡ଼,ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ହରିୟାଣା ଭଳି ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସ୍ବାସ୍ଥ୍ୟ ଶିବିର, ପଶୁ ଚିକିତ୍ସା ଶିବିରମାନ ଆୟୋଜନ ସମେତ ବୟସ୍କ, ଡାକ୍ତରଖାନାରେ ଥିବା ରୋଗୀ, ଶିଶୁଗୃହ ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ ଆଦି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସାମାଜିକ ସ୍ବେଚ୍ଛାସେବୀ, ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଓ ପରିବେଶପ୍ରେମୀଙ୍କ ପକ୍ଷରୁ ବହୁ ହଜାର ସଂଖ୍ୟାରେ ବୃକ୍ଷରୋପଣ କରାଯାଇଥିଲା। ଏହା ସହ ଫାଉଣ୍ଡେଶନ ପକ୍ଷରୁ ଗରିବ ଲୋକଙ୍କୁ ମଶାରି, କମ୍ବଳ ଓ ଶାଢ଼ି ମଧ୍ୟ ପ୍ରଦାନ କରାଯାଇଥିଲା।

ସେହିପରି ଛତିଶଗଡ଼ରେ ଓପି ଜିନ୍ଦଲ ଡାକ୍ତରଖାନା ପକ୍ଷରୁ ବିଭିନ୍ନ ଜରାନିବାସ, ଅନାଥାଶ୍ରମ ଓ ଆଶ୍ରୟଗୃହରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲାବେଳେ ଓଡ଼ିଶାର ରାୟଗଡ଼, ଅନୁଗୋଳ, ପତ୍ରାତୁ ଓ ବଡ଼ବିଲଠାରେ ଥିବା ଓପି ଜିନ୍ଦଲ ସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ସ୍ବଚ୍ଛ ଭାରତ ଅଭିଯାନ ଓ କଳାକୃତି କାର୍ଯ୍ୟକ୍ରମ, ଗୋସେବା, ଡାକ୍ତରଖାନା ଓ ଅନାଥାଶ୍ରମରେ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରାଯାଇଥିଲା। ଏପରିକି ଟେନ୍‌ସା ଓ କାଶିଆର ପାରିପାର୍ଶ୍ୱିକ ଅଞ୍ଚଳର ଲୋକଙ୍କ ସେବା ପାଇଁ ଏକ ଆମ୍ବୁଲାନ୍ସର ଲୋକାର୍ପଣ କରାଯାଇଛ। ଏହା ସହ ଆଦିବାସୀ ଯୁବକମାନଙ୍କ ମଧ୍ୟରେ ଫୁଟ୍‌ବଲ ମ୍ୟାଚର ଆୟୋଜନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଶାଲୁ ଜିନ୍ଦଲଙ୍କୁ ସୃଜନୀ ମାଧ୍ୟମରେ ସମ୍ମାନ ଜଣାଇବା ପାଇଁ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଅନ୍ତେବାସୀଙ୍କ ମଧ୍ୟରେ ଏକ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ଦକ୍ଷତା ବିକାଶର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏପରିକି ଦକ୍ଷତା ବିକାଶ କେନ୍ଦ୍ର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାମୁଦାୟିକ ସମ୍ପତ୍ତିର ମରାମତି, ଅନାଥାଶ୍ରମରେ ସ୍ବାସ୍ଥ୍ୟ ପରୀକ୍ଷା,ଫୁଟବଲ୍‌ ମ୍ୟାଚ ଓ କବାଡି ତାଲିମ ଶିବିରର ଆୟୋଜନ କରାଯାଇଥିଲା। ଦେଶବ୍ୟାପୀ ଏଭଳି କାର୍ଯ୍ୟକ୍ରମ ଜରିଆରେ ଜନ୍ମଦିନ ପାଳନ କରି ସାମୁଦାୟିକ ସଶକ୍ତୀକରଣ ପାଇଁ ଶାଲୁ ଜିନ୍ଦଲଙ୍କର ନିରନ୍ତର ଉଦ୍ୟମକୁ ସମ୍ମାନ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ବହୁମୁଖୀ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଜରିଆରେ ୧୫ ନିୟୁତ ଲୋକଙ୍କ ଜୀବନରେ ରୂପାନ୍ତରଣ ଆଣିଥିବା ଜିନ୍ଦଲ ଫାଉଣ୍ଡେଶନର ଅଧ୍ୟକ୍ଷା ସହ ଶାଲୁ ଜିନ୍ଦଲ ରାୟଗଡ଼ସ୍ଥିତ ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର ଚ୍ୟାନ୍‌ସେଲର ଏବଂ ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆର ଭାଇସ ପ୍ରେସିଡେଣ୍ଟ ମଧ୍ୟ ଅଛନ୍ତି। ଏହା ସହ ସେ ଜାତୀୟ ବାଲ୍‌ ଭବନର ପୂର୍ବତନ ଅଧ୍ୟକ୍ଷା, ୟଙ୍ଗ୍‌ ଫିକି ଲେଡିଜ ଅର୍ଗାନାଇଜେଶନର ପ୍ରତିଷ୍ଠାତା ସଭାପତି ଅଟନ୍ତି। କୁଚିପୁଡ଼ି ନୃତ୍ୟାଙ୍ଗନା ଭାବେ ଜିନ୍ଦଲଙ୍କର ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖ୍ୟାତି ରହିଛି। ଏଥିପାଇଁ ତାଙ୍କୁ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସମ୍ମାନ ଓ ପୁରସ୍କାର ମିଳିଛି। ସାମାଜିକ ବିକାଶ କ୍ଷେତ୍ରରେ ପ୍ରଭାବଶାଳୀ ନେତୃତ୍ୱ ପାଇଁ ତାଙ୍କୁ ଲଣ୍ଡନରେ ଗୋଲ୍ଡେନ ପିକକ୍‌ ଆୱାର୍ଡ, ସିଙ୍ଗାପୁରରେ ସିଏମ୍‌ଓ ଏସିଆ ବେଷ୍ଟ ସୋସିଆଲ ଏଣ୍ଟ୍ରେପ୍ରେନ୍ୟୋର ଆୱାର୍ଡ, ଚିକାଗୋରେ ଡି ଟ୍ରାଇବ ପକ୍ଷରୁ ଇଣ୍ଟରନ୍ୟାଶନାଲ ଓମେନ ଅଫ୍‌ ଦ ଇୟର ଆୱାର୍ଡ ଓ ସିଏସଆର ଟାଇମ୍ସ ପକ୍ଷରୁ ଲାଇଫ୍‌ ଟାଇମ ଆଚିଭମେଣ୍ଟ ଆୱାର୍ଡ ଭଳି ଅନେକ ପୁରସ୍କାର ଓ ସମ୍ମାନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲାଏନ୍ସ ‘ସ୍ମାର୍ଟ ବଜାର ହୋଇଯିବ ‘ରାଶନ ଦୋକାନ’ ! ଏ ହେଉଛି ମୁକେଶ ଅମ୍ବାନୀଙ୍କ ବଡ଼ ପ୍ଲାନ୍‌ 

ନୂଆଦିଲ୍ଲୀ,୨୩।୧୦: ରାଶନ ଦୋକାନ/ଡିଲର୍‌ଙ୍କ ପାଖରେ ଶସ୍ତାରେ ଚିନି, ଡାଲି, ଗହମ ଏବଂ ଚାଉଳ ଭଳି ସାମଗ୍ରୀ ଉପଲବ୍ଧ ହୋଇଥାଏ। ଆଗାମୀ ଦିନରେ ଉଦ୍ୟୋଗପତି ମୁକେଶ ଅମ୍ବାନୀ...

ଜିଓର ଦୀପାବଳି ଅଫର, ମାତ୍ର ଏତିକି ଟଙ୍କାରେ ମିଳିବ ଅନଲିମିଟେଡ ୫ଜି ଡାଟା

ନୂଆଦିଲ୍ଲୀ,୨୩।୧୦: ଦେଶର ଲୋକପ୍ରିୟ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଦୀପାବଳି ଅଫର ଭାବରେ ମାଗଣା ଇଣ୍ଟରନେଟ ସୁବିଧା ଯୋଗାଉଛି। ଏହାପୂର୍ବରୁ ସେପ୍ଟେମ୍ବରରେ କମ୍ପାନୀ ଏୟାରଫାଇବର ସହିତ...

ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୩।୧୦: ଚଳିତ ପାର୍ବଣ ଋତୁରେ ପ୍ରତ୍ୟେକ ଅବସରକୁ ସ୍ବତନ୍ତ୍ର କରିବା ପାଇଁ ଗ୍ରାହକମାନେ ଆମାଜନ ଡଟ୍‌ ଇନ୍‌ର ଫେଷ୍ଟିଭ ଗିଫ୍ଟିଙ୍ଗ ଷ୍ଟୋରକୁ ଅନ୍ବେଷଣ କରିପାରିବେ। ଏପରିକି...

ଖସିଲା ଶେୟାର ବଜାର

ମୁମ୍ବାଇ,୨୩।୧୦: କ୍ରମାଗତ ଭାବେ ଦ୍ୱିତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ...

ଓଡ଼ିଶା ବଜାରରେ ଜିନ୍ଦଲ ପାନ୍ଥର ସିମେଣ୍ଟ

ଭୁବନେଶ୍ୱର,୨୩।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସହାୟକ କମ୍ପାନୀ ଜିନ୍ଦଲ ପାନ୍ଥର ସିମେଣ୍ଟ (ଜେପିସି)...

ଲାଇଫ୍‌ ଷ୍ଟାଇଲର ଅଲ୍‌ ନ୍ୟୁ କଲେକ୍ସନ

ନୂଆଦିଲ୍ଲୀ,୨୩।୧୦: ଲାଇଫ୍‌ଷ୍ଟାଇଲ୍‌’ର ଅଲ ନ୍ୟୁ କଲେକ୍ସନର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଚଳିତ ପାର୍ବଣ ଋତୁର ସ୍ବତନ୍ତ୍ର ଫେଷ୍ଟିଭ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।...

୭% ରହିବ ଜିଡିପି ଅଭିବୃଦ୍ଧି ହାର

ଭୁବନେଶ୍ୱର,୨୩ା୧୦(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର(ଜିଡିପି) ଆକଳନକୁ ୭% ସ୍ଥିର ରଖିଛି। ଏହା ଜୁଲାଇ...

‘ଅର୍ଥନୈତିକ ଅଭିବୃଦ୍ଧି ସହ ଭାରତର ଉତ୍ଥାନ ହେଉଛି’

ଭୁବନେଶ୍ୱର,୨୨ା୧୦(ଅନୁରାଧା ମହାରଣା): ୭% ଜିଡିପି ଅଭିବୃଦ୍ଧି ଏବଂ ୧,୫୧,୦୦୦ରୁ ଅଧିକ ଷ୍ଟାର୍ଟଅପ୍‌ ସହିତ ଭାରତ ଏହାର ଅର୍ଥନୀତିକୁ ନୂଆରୂପ ଦେବାକୁ ଯାଉଛି। ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri