Categories: ବାଣିଜ୍ୟ

୫ ତାରିଖ ଯାଏ ସେବା ଦେବନି ଆୟକର ପୋର୍ଟାଲ

ଭୁବନେଶ୍ୱର,୫।୨(ଅନୁରାଧା ମହାରଣା): ଆୟକର ବିଭାଗର ଇ-ଫାଇଲ ପୋର୍ଟାଲରେ ୩ ଦିନ ପର୍ଯ୍ୟନ୍ତ ସେବା ଯୋଗାଇ ଦିଆଯିବ ନାହିଁ। ରକ୍ଷଣାବେକ୍ଷଣ ଯୋଗୁ ପୋର୍ଟାଲ ଫେବୃଆରୀ ୩ ବନ୍ଦ ରହିଥିବାବେଳେ ୫ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏହି କାରଣରୁ ଇ-ଫାଇଲ ପୋର୍ଟାଲରେ କରଦାତାମାନଙ୍କ ପାଇଁ କୌଣସି ସେବା ଉପଲବ୍ଧ ହେବ ନାହିଁ। ଏନେଇ ଆୟକର ବିଭାଗ ‘ଏକ୍ସ ହ୍ୟାଣ୍ଡେଲ’ରେ ସୂଚନା ଦେଇଛି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆୟକର ରିଟନର୍ର୍ ଦାଖଲ ଲାଗି ଆୟକର ବିଭାଗ ରିଟର୍ନ ଫର୍ମ ୨, ୩ ଏବଂ ୫କୁ ଅଧିସୂଚିତ କରାଯାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଜାନୁୟାରୀ ୩୧ରେ ଏହି ଫର୍ମଗୁଡ଼ିକର ବିଜ୍ଞପ୍ତି ଜାରି କରିଛି। ସେହିପରି ଆଇଟିଆର୍‌ ଫର୍ମ ୧ ଏବଂ ୬ ବିଭାଗ ଦ୍ୱାରା ପୂର୍ବରୁ ଅଧିସୂଚିତ କରାଯାଇଛି। ୫୦ ଲକ୍ଷରୁ କମ ଆୟ ଥିବା ବ୍ୟକ୍ତିଙ୍କ ପାଇଁ ୨୦୨୩ ଡିସେମ୍ବରରେ ଆଇଟିଆର୍‌ ଫର୍ମ -୧ କୁ ସୂଚିତ କରାଯାଇଥିଲା। କମ୍ପାନୀଗୁଡ଼ିକ ଆୟକର ରିଟର୍ନ ଦାଖଲ ପାଇଁ ଆଇଟିଆର୍‌ ଫର୍ମ-୬କୁ ସୂଚିତ କରାଯାଇଥିଲା ା ସୂଚନା ଥାଉ କି, ସିବିଡିଟି ପକ୍ଷରୁ ପ୍ରତିବର୍ଷ ଏକ ନୂତନ ଆଇଟିଆର୍‌ ଫର୍ମ ଜାରି କରାଯାଇଥାଏ।

Share