ସେବାଶ୍ରମ ବିଦ୍ୟାଳୟର ବାର୍ଷିକୋତ୍ସବ: କୃତୀ ଛାତ୍ରୀଙ୍କୁ ପୁରସ୍କୃତ

ନୂଆପଡ଼ା,୩ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୋସେଙ୍ଗ ସେବାଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଆର୍ତ୍ତତ୍ରାଣ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ମେଘରାଜ ମାଝି ମୁଖ୍ୟ ଅତିଥି, ସୁନାବେଡା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବଦାସ ଶବର, ସମିତି ସଭ୍ୟ ଆକବର ମାଝି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋବର୍ଦ୍ଧନ ମାଝି, ବିଷ୍ଣୁ ଧରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀର ଜଗତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷା ହିଁ ସମାଜ ଗଠନର ମୂଳମନ୍ତ୍ର। ପ୍ରାଥମିକ ଶିକ୍ଷା ଛାତ୍ରୀଛାତ୍ରଙ୍କ ମୂଳଦୁଆ ବୋଲି ମତବ୍ୟକ୍ତ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ମୁଖ୍ୟଅତିଥି ମାନପତ୍ର ଦେଇ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷକ ବ୍ରଜେଶ କୁମାର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ଓ ପରିଚାଳନା କମିଟି ସଦସ୍ୟ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଯାଇଥିବା ବେଳେ ନାବାଳିକା ଛାତ୍ରୀ ଅପହୃତ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୦ା୪(ଅଶେଷ ନାଥ ମିଶ): ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗ୍ରାମର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଘରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକଏକ...

ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରୁ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାକୁ ପଠାଗଲା

ବଲାଙ୍ଗୀର, ୧୦।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ ହୋଇଥିଲା। ଏହି ଘଟଣା ପ୍ରଘଟ ହେବାର କିଛି...

ମା’ ଦକ୍ଷିଣକାଳୀଙ୍କ ଦଣ୍ଡଯାତ୍ରା: ଭକ୍ତଙ୍କୁ ଆକୃଷ୍ଟ କରୁଛି ଧୂଳିଦଣ୍ଡ

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଗଞ୍ଜାମ ଜିଲା ପ୍ରସିଦ୍ଧ ମା’ କାଳୀଙ୍କ ଦଣ୍ଡଯାତ୍ରା ପର୍ବ ଆସନ୍ତା ମେରୁ ସଂକ୍ରାନ୍ତିରେ ଶେଷ ହେବ। ବିଭିନ୍ନ...

ଜାଲ୍‌ନୋଟ୍‌ କାରବାର ଚାଲିଥିବାବେଳେ ଜବତ କଲା STF

ଟିଟିଲାଗଡ଼,୧୦ା୪(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବୈଷ୍ଣବଦେବୀ ମନ୍ଦିର ସମ୍ମୁଖରେ ଜାଲ୍‌ ନୋଟ୍‌ କାରବାର ଚାଲିଥିବା ବେଳେ ମାଡ଼ିବସିଛି ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)। ଏସ୍‌ଟିଏଫ୍‌ ଟିମ...

୫୦ ପରିବାରକୁ ମିଳୁନି ପିଇବା ପାଣି,ରାସ୍ତାକୁ ଓହ୍ଲାଇଲେ ମହିଳା

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ସାରା ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ପାଣି ସମସ୍ୟା ଦେଖାଦେଇଛି l...

ରାଇକିଆ ଚଳଚଞ୍ଚଳ: ଅଷ୍ଟଦଣ୍ଡ ପାଇଁ ବଢୁଛି ଭକ୍ତଙ୍କ ଗହଳି

ରାଇକିଆ,୧୦ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଗୁରୁବାର ଅନୁଷ୍ଠିତ ହେଉଛି ଅଷ୍ଟ ଦଣ୍ଡ ମିଳନ କାର୍ଯ୍ୟକ୍ରମ। ଏଥିପାଇଁ ରାଇକିଆ ସହର ଚଳଚଞ୍ଚଳ ହୋଇଉଠିଛି। ସକାଳୁ ଅଷ୍ଟଦଣ୍ଡ...

ବିନା ନୋଟିସ୍‌ରେ ଗରିବଙ୍କ ଦୋକାନ ଧୂଳିସାତ୍‌

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୌର ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସହର ଉଠୁଛି ଓ ପଡୁଛି। କେତେବେଳେ ବିନା ନୋଟିସ୍‌ରେ ବୋଲଡୋଜର ଲଗାଇ ଗରିବଙ୍କ ଠେଲା...

ଅବକାରୀ ବିଭାଗର ମହୁଲ ଜବତ ଘଟଣା: ଦୁଇ ସ୍ଥାନରୁ ୨ ହଜାର ୪୫ କେଜି ମହୁଲ ଜବତ

ଦାରିଙ୍ଗବାଡି, ୧୦।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅବକାରୀ ବିଭାଗ ଏବେ ଆକ୍ସନ ମୁଡ଼ରେ। ବିଭାଗ ବୁଧବାର ୨ଟି ସ୍ଥାନରେ ଚଢ଼ାଉ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image