ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା: ୬ ଗିରଫ

ପୁରୀ ଅଫିସ,୨୧ା୩: ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୁରୀ ପୋଲିସ। ହତ୍ୟା ଅଭିଯୋଗରେ ସୋମବାର ୬ ଜଣଙ୍କୁ ଗିରଫ କରାଯାଇଥିବା ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି। ଅଭିଯୁକ୍ତମାନଙ୍କ ମଧ୍ୟରୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଏବଂ ଦୋଳଗୋବିନ୍ଦ ସିଂହାରୀଙ୍କ ସହ ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ ଏବଂ ବାବା ମହାପାତ୍ରଙ୍କୁ କୋର୍ଟ ଚାଲାଣ କରାଯିବ। ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ପି କହିଛନ୍ତି। ଗିରଫ କାଳୁଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଜବତ ହୋଇଛି। ଅନ୍ୟପକ୍ଷରେ ଏତଲାରେ ଥିବା ଅନ୍ୟ ଅଭିଯୁକ୍ତଙ୍କ ନାମ ଆଧାରରେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।

Share