ପୁରୀ,୧୬।୩: ପବିତ୍ର ଫାଲୁଗନ ମାସ ଦୋଳ ପୂର୍ଣ୍ଣିମା ଅବସରରେ ପୁରୀରେ ଚାଲିଛି ଦୋଳ ମହୋତ୍ସବ। ସାହି ସାହି ବୁଲିଛନ୍ତି ରାଧାଗୋବିନ୍ଦ। ଏହି ପରିପ୍ରେକ୍ଷୀରେ ପୁରୀରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ। ବର୍ତ୍ତମାନ ଶ୍ରୀମନ୍ଦିରରୁ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଶ୍ରୀମନ୍ଦିର ସମ୍ମୁଖ ଅରୁଣସ୍ତମ୍ଭ ନିକଟରେ ଜଣେ ସେବାୟତ ମହମବତୀ ଜାଳିଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଯୋଗ୍ୟ, ଜଣେ ମାନସିକଧାର ୫ଫୁଟ ଉଚ୍ଚର ହମବତୀ ଜାଳିବାକୁ ଜଣେ ସେବାୟତଙ୍କୁ ଦେଇଥିଲେ। ସେବାୟତ ଜଣକ ଅରୁଣସ୍ତମ୍ଭ ନିକଟରେ ଜଳୁଥିବା ଦୀପରୁ ମହମବତୀରେ ଅଗ୍ନି ସଂଯୋଗ କରିଥିଲେ। ପରେ ମହମବତୀକୁ ଅରୁଣସ୍ତମ୍ଭ ସମ୍ମୁଖରେ ଥୋଇଥିଲେ। ବର୍ତ୍ତମାନ ଏହି ଭିଡ଼ିଓ ଭାଇରାଲ ହେବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।