Categories: ଜାତୀୟ

ଲାଣ୍ଡିଂର ୭ ମିନିଟ୍‌ ପୂର୍ବରୁ ଅନ୍ତିମ ରେଡିଓ କଣ୍ଟାକ୍ଟ କରିଥିଲା ଚପର

ନୂଆଦିଲ୍ଲୀ,୯।୧୨: ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଓ୍ବତ, ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁ ସେନାର ଏମ୍‌ଆଇ-୧୭ ଭି-୫ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ୧୨ଟା ୧୫ରେ ଓ୍ବେଲିଂଟନଠାରେ ଅବତରଣ କରିବା ଲାଗି ବାୟୁ ସେନା ହେଲିକପ୍ଟର ସୁଲୁର ଏୟାର ବେସରୁ ୧୧ଟା ୪୮ରେ ଉଡାଣ ଆରମ୍ଭ କରିଥିଲା। ଲାଣ୍ଡିଂର ୭ ମିନିଟ୍‌ ପୂର୍ବରୁ ଅଥାର୍ଥ ପ୍ରାୟ ୧୨ଟା ୦୮ରେ ଚପର ସହ ଅନ୍ତିମ ରେଡିଓ କଣ୍ଟାକ୍ଟ ହୋଇଥିବା ଜଣାପଡ଼ିଛି।

ଓ୍ବେଲିଂଟନ ସ୍ଥିତ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ପାଇଁ ଯାଉଥିଲେ ଜେନେରାଲ ରାଓ୍ବତ।

ସୁଲୁର ଏୟାର ବେସର ଟ୍ରାଫିକ କଣ୍ଟ୍ରୋଲ ହେଲିକପ୍ଟର ସହ ପ୍ରାୟ ୧୨ଟା ୦୮ରେ ରେଡିଓ ଯୋଗାଯୋଗ କଟି ଯାଇଥିଲା।

ବାୟୁ ସେନାରେ ଏମ୍‌ଆଇ-୧୭ଭି-୫ ଚପରକୁ ସାମିଲ କରିଥିବା ପୂର୍ବତନ ବାୟୁ ସେନା ମୁଖ୍ୟ ତଥା ଏୟାର ଚିଫ ମାର୍ଶଲ ଫଲି ଏଚ୍‌ ମେଜର କହିଛନ୍ତି, ସୁଲୁରରୁ ଓ୍ବେଲିଂଟନ ପାଇଁ ଉଡାଣ ପାଇଁ ୨୦ରୁ ୨୫ ମିନିଟ୍‌ ଲାଗେ। ଏତେ କମ ସମୟର ଉଡାଣରେ ହେଲିକପ୍ଟର କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା ତାହା କହିବା ମୁସ୍କିଲ।

ତେବେ ଫ୍ଲାଇଟ୍‌ ଡାଟା ରେକଡର ‘ବ୍ଲାକ ବକ୍ସ’ ଉଦ୍ଧାର କରାଯାଇସାରିଛି। ଏଣୁ ଦୁର୍ଘଟଣାର କାରଣ ଖୁବ୍‌ ଶୀଘ୍ର ଜଣାପଡ଼ିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଗୁରୁବାର କହିଛନ୍ତି।

Share