ଆଜି ଅନୁଷ୍ଠିତ ହେଉଛି ନିଟ୍ ପରୀକ୍ଷା। କୋଭିଡ୍-୧୯ କଟକଣା ମଧ୍ୟରେ ଅଫଲାଇନରେ ହେଉଥିବା ଏହି ପରୀକ୍ଷାରେ ଦେଶର ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଥିବା ବେଳେ ଓଡ଼ିଶାରୁ ୩୭ ହଜାର ୪୫୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଓଡ଼ିଶାର ୭ଟି ସହରରେ ୮୪ଟି ପରୀକ୍ଷା କେନ୍ଦ୍ର ହୋଇଛି। ଦୂର ଦୂରାନ୍ତରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଆଣିବା ପାଇଁ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରିଛନ୍ତି ସରକାର।