Categories: ଜାତୀୟ

୭ ଲୋକ ଜୀଅନ୍ତା ଜଳିଗଲେ

କୋଲକତା,୨୨।୩: ପଶ୍ଚିମବଙ୍ଗର ବୀରଭୂମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୭ ଜଣଙ୍କୁ ଜୀଅନ୍ତା ପୋଡି ଦିଆଯାଇଛି। ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କ ହତ୍ୟା ପ୍ରତିଶୋଧରେ ଏଭଳି କାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି। ବୀରଭୂମର ରାମପୁରହାଟରେ ଏହି ଘଟଣା ଘଟିଛି। କିଛି ଦୁର୍ବୃତ୍ତ ବାହାରପଟୁ ୫ଟି ଘରର କବାଟ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ। ପରେ ଘର ଭିତରେ ଥିବା ୭ ଜଣ ପୋଡି ହୋଇ ମୃତ୍ୟୁବରଣ କରିଥିଲେ। ସୂଚନା ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ନିକଟରେ ଟିଏମ୍‌ସି ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଏଭଳି କାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି।

Share