ରାୟପୁର,୨୮।୮: ଛତିଶଗଡର କୋରିଆ ଜିଲାରେ ଅବସ୍ଥିତ ରାମଦା ଜଳପ୍ରପାତରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପିକନିକ ପାଇଁ ଏଠାକୁ ଆସିଥିବା ୭ ଜଣ ଲୋକ ପାଣିରେ ବୁଡ଼ି ଯାଇଛନ୍ତି। ଗାଧୋଇବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଏଥିମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ଜଣଙ୍କୁ ଖୋଜା ଚାଲିଛି।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲାର ଓ୍ବେଢାନରୁ ୧୫ ରୁ ୧୬ ଜଣ ବ୍ୟକ୍ତି ରବିବାର ଛତିଶଗଡର କୋରିଆ ଜିଲା ଅନ୍ତର୍ଗତ ଭରତପୁର ବ୍ଲକର ରାମଦା ଜଳପ୍ରପାତକୁ ପିକନିକ କରିବାକୁ ଯାଇଥିଲେ। ଏଥିମଧ୍ୟରୁ ସାତଜଣ ଲୋକ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଗାଧୋଇବାକୁ ଜଳପ୍ରପାଦ ଭିତରକୁ ଗଲେ। କିନ୍ତୁ ଜଳ ସ୍ତର ବୃଦ୍ଧି ହେତୁ ଏହି ଦୁର୍ଘଟଣା ଘଟିଛି।