Categories: ଫୁରସତ

ଗୋଟିଏ ବାଇକ୍‌ରେ ୭ ଲୋକ, ୨ କୁକୁର, କୁକୁଡା; ବ୍ୟକ୍ତିଙ୍କ ଦେଶୀ ଯୋଗାଡ଼ ଦେଖିଲେ ମୁଣ୍ଡରେ ହାତ ଦେବେ

ଗୋଟିଏ ବାଇକ୍‌ରେ କେତେଜଣ ଲୋକ ବସିପାରିବେ? ଅଧିକରୁ ଅଧିକ ହେଲେ ତିନି। ବାଇକ୍‌ରେ ୩ ଜଣ ବସିଲେ ବି ଟ୍ରାଫିକ୍‌ ଚାଲାଣ କଟିବାର ମଧ୍ୟ ଭୟ ଥାଏ। ହେଲେ ଯଦି ଆମେ ବାଇକ୍‌ରେ ୭ଜଣ ଲୋକ ଯାତ୍ରା କରୁଥିବା କହୁ,ତେବେ ଚକିତ ହେବା ନିଶ୍ଚିତ। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଗୋଟିଏ ବାଇକ୍‌ରେ ଜଣେ ବ୍ୟକ୍ତି ପରିବାର ସହ ଦୁଇ କୁକୁର ଏବଂ କୁକୁଡାଙ୍କୁ ନେଇ ଯାଉଥିବା ଦେଖାଯାଇଛି। ଅନ୍ୟ ଜଣେ ଏହାର ଭିଡିଓ ଇଣ୍ଟରନେଟ୍‌ରେ ଶେୟାର କରିବା ପରେ ତାହା ଭାଇରାଲ ହେଉଛି।
ଭାଇରାଲ ଭିଡିଓରେ ବ୍ୟକ୍ତିଜଣଙ୍କ ଗାଡ଼ି ଚଳାଉଥିବା ଦେଖାଯାଇଛି। ପେଟ୍ରୋଲ ଟାଙ୍କି ଉପରେ ଦୁଇଜଣ ପିଲା ବସିଛନ୍ତି। ବ୍ୟକ୍ତିଙ୍କ ପଛସ ସ୍ତ୍ରୀ ଏବଂ ଅନ୍ୟ ଦୁଇ ପିଲା ବସିଛନ୍ତି। ଏହାଛଡ଼ା ଅନ୍ୟ ଜଣେ ଶିଶୁ ମହିଳାଙ୍କ କାନ୍ଧରେ ବସିଛି। କେବଳ ଏତିକି ନୁହେଁ ଗାଡ଼ିରେ ଜିନିଷପତ୍ର ସହ ଦୁଇ କୁକୁର, ଛେଳି, କୁକୁଡା ମଧ୍ୟ ଲଦା ହୋଇଛନ୍ତି। ଏହି ବ୍ୟକ୍ତିଙ୍କୁ ଦେଖି ଅନ୍ୟ ଜଣେ ତାର ଭିଡିଓ କରିଥିଲେ। ଏବେ ଭିଡିଓଟି ବେଶ ଭାଇରାଲ ହେଉଥିବା ବେଳେ ଲୋକେ କିଭଳି ଏହା ସମ୍ଭବ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।
ଆପଣ ବି ଦେଖନ୍ତୁ ଭିଡିଓ:
Share