Categories: ଜାତୀୟ

ଅପରେଶନ ଗଙ୍ଗା: ୧୮୨ ଭାରତୀୟଙ୍କୁ ନେଇ ମୁମ୍ବାଇ ପହଞ୍ଚିଲା ସପ୍ତମ ବିମାନ

ମୁମ୍ବାଇ,୧ ।୩: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପରିବାର ଭୟ ଓ କୋହରେ ସମୟ କାଟୁଥିବା ବେଳେ ଧିରେ ଧିରେ ସେମାନେ ଆଶ୍ୱସ୍ତ ହେବାରେ ଲାଗିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେଶନ ଗଙ୍ଗା ମାଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି । ଏହି କ୍ରମରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ୟୁକ୍ରେନର ସୀମାବର୍ତ୍ତି ରୋମାନିଆର ବୁକାରେଷ୍ଟରେ ଥିବା ୧୮୨ ଭାରତୀୟଙ୍କୁ ଧରି ଏୟାର ଇଣ୍ଡିଆର ସପ୍ତମ ବିମାନ ମୁମ୍ବାଇରେ ପହଞ୍ଚିଛି । ବିମାନ ବନ୍ଦରରେ ୟୁକ୍ରେନରୁ ଫେରିଥିବା ଭାରତୀୟଙ୍କୁ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ସ୍ୱାଗତ କରିଛନ୍ତି ।
ସେହିପରି ଅଷ୍ଟମ ଓ ନବମ ଉଡାଣ ରୋମାନିଆରୁ ବାହାରି ସାରିଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି ।

Share