Categories: ଜାତୀୟ

ସପ୍ତମ ପର୍ଯ୍ୟାୟ ନିର୍ବାଚନ: ନଜରରେ ଭବାନୀପୁର ଆସନ

କୋଲକାତା, ୨୫।୪: ଅଧିକ ସଂକ୍ରମଣ ବୃଦ୍ଧି ପାଇଥିବା ପଶ୍ଚିମବଙ୍ଗରେ ସୋମବାର ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୩୪ ଆସନ ପାଇଁ ୨୮୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ପୂର୍ବ ପର୍ଯ୍ୟାୟରେ ହିଂସାକାଣ୍ଡ ଘଟିଥିବାରୁ ଏଥର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମତଦାନକୁ ଶାନ୍ତିଶୃଙ୍ଖଳାର ସହ କରିବା ଲାଗି ନିର୍ବାଚନ କମିଶନ ଏହି ପର୍ଯ୍ୟାୟରେ ୭୯୬ କମ୍ପାନୀ କେନ୍ଦ୍ରୀୟ ବଳ ନିୟୋଜିତ କରିଛନ୍ତି। ମୁର୍ଶିଦାବାଦ, ପଶ୍ଚିମ ବର୍ଦ୍ଧମାନ, ଦକ୍ଷିଣ ଦିନାଜପୁର, ମାଲଦା ଏବଂ କୋଲକାତାର ମୋଟ ୧୨,୦୬୮ ଭୋଟଗ୍ରହଣ କେନ୍ଦ୍ରରେ ମତଦାନ ହେବ। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନମଣ୍ଡଳୀ ଭବାନୀପୁର ଉପରେ ସମସ୍ତଙ୍କର ନଜର ରହିବ। ଟିଏମ୍‌ସି ସୁପ୍ରିମୋ ଏବେ ଭବାନୀପୁରରୁ ବିଧାୟକ ଅଛନ୍ତି। ଏଥର ସେ ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢ଼ିଛନ୍ତି।

Share