Categories: ଜାତୀୟ

କେନ୍ଦ୍ର – ଚାଷୀ ସଂଗଠନ ବୈଠକ: ହୋଇପାରିଲାନି ସମାଧାନ

ନୂଆଦିଲ୍ଲୀ,୪।୧: କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ସୋମବାର ବସିଥିବା ସପ୍ତମ ପର୍ଯ୍ୟାୟ ବୈଠକରୁ କୌଣସି ସମାଧାନ ମିଳିପାରି ନାହିଁ। ଚାଷୀ ସଂଗଠନ ନୂଆ କୃଷି ଆଇନ ପ୍ରତ୍ୟାହାର କରିବା ଜିଦରେ ଅଟଳ ରହିଛି। ଅନ୍ୟପକ୍ଷରେ ବୈଠକରେ ସରକରଙ୍କ ପକ୍ଷରୁ କୃଷି ଆଇନରେ ସଂଶୋଧନ କରିବା ନେଇ ଏକ ମିଳିତ କମିଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ଚାଷୀ ସଂଗଠନ ପ୍ରତ୍ୟାଖ୍ୟାନ କରିଥିଲା। ସରକାରଙ୍କ ପକ୍ଷରୁ ଆଗାମୀ ବୈଠକ ଜାନୁୟାରୀ ୮ତାରିଖରେ ହେବା ନେଇ ନିଷ୍ପତ୍ତି ନିଆଯାଇଛି।

Share