ଲଘୁଚାପଜନିତ ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ

ରାଜକନିକା,୨୨ା୯ (ସଞ୍ଜୟ କୁମାର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ରାଜକନିକା ପୂର୍ବ କନିକା ଆୟତନସ୍ଥିତ କମଳା ମଡେଲ ବାଳିକା ଉଚ୍ଚ ବିଦ୍ୟାଳୟ, କନିକା ଉଚ୍ଚ ବିଦ୍ୟାଳୟ, ଆୟତନ ପ୍ରାଥମିକ ବିଦ୍ୟାଳୟ ସମେତ ସ୍ଥାନୀୟ ବଜାର ଜଳାର୍ଣ୍ଣବ ହୋଇଛି। ବର୍ଷା ଜଳ ନିଷ୍କାସନର ସୁବିଧା ନ ଥିବାରୁ ୩ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି କମଳା ମଡେଲ ବାଳିକା ଉଚ୍ଚ ବିଦ୍ୟାଳୟରେ ବର୍ଷା ପାଣି ଜମି ରହିବାରୁ ପରିସ୍ଥିତି ସଙ୍ଗୀନ ହୋଇଛି । ଫଳରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏ ବାବଦରେ ଏକାଧିକ ଥର ବିଦ୍ୟାଳୟର କର୍ତ୍ତୃପକ୍ଷ ରାଜକନିକା ମଣ୍ଡଳ ଶିକ୍ଷା ଅଧିକାରୀ ଓ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ, ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ହୋଇଛି। ପ୍ରତିଦିନ ଏହି ୩ ସ୍କୁଲକୁ ଶତାଧିକ ଛାତ୍ରୀଛାତ୍ର ଆସି ଥାଆନ୍ତି । ଆୟତନ ବଜାର ଉପରେ ଆଖପାଖ ଅଞ୍ଚଳର ପ୍ରାୟ ୨୦ ମୌଜାର ଲୋକମାନେ ନିର୍ଭର କରିଥାଆନ୍ତି । ଶୈବପୀଠ କପିଳେଶ୍ୱର ଧାମକୁ ଯିବାକୁ ହେଲେ ଆୟତନ ବଜାର ମୁଖ୍ୟ ରାସ୍ତା। ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି । ହେଲେ ସେହି ରାସ୍ତାରେ ବର୍ଷା ପାଣି ଜମି ରହିଥିବାରୁ ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କୃତ୍ରିମ ବନ୍ୟା ପାଇଁ ଜବରଦଖଲ ହିଁ ଦାୟୀ ବୋଲି ଅଞ୍ଚଳବାସୀ କହିଛନ୍ତି। ଏଥିପାଇଁ ସ୍ଥାନୀୟ ତହସିଲ ପ୍ରଶାସନକୁ ଲୋକମାନେ ଦାୟୀ କରିଛନ୍ତି । ତୁରନ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରା ନ ଗଲେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri