ପଲିଥିନ୍‌ ଖାଇ ଏକାଧିକ ଗୋରୁଙ୍କ ମୃତ୍ୟୁ ଅଭିଯୋଗ: ବ୍ୟବଚ୍ଛେଦ ବେଳେ ପେଟରୁ ବାହାରିଲା କୁଢ଼କୁଢ଼ ଆବର୍ଜନା

ଦାରିଙ୍ଗବାଡ଼ି,୧୬ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ ଚଳିତ ପହିଲାରେ ଶେଷ ହୋଇଛି। ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି ରିଟ୍ରିଟ୍‌ ୩ ମାସ ଧରି ଚାଲିଥିଲା। ତେବେ ଏହି ଇକୋ ରିଟ୍ରିଟରୁ ପ୍ରତିଦିନ ବାହାରିଥିବା ପଲିଥିନ, ପ୍ଲାଷ୍ଟକ ଖାଇ ଏକାଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏକାଧିକ ଗୋରୁଙ୍କ ଏହି ୩ ମାସ ମଧ୍ୟରେ ମୃତ୍ୟୁ ଘଟିଛି। ୩ ଗୋରୁଙ୍କ ବ୍ୟବଚ୍ଛେଦ କରାଯାଇଛି। ସମସ୍ତ ଗୋରୁଙ୍କ ପେଟରୁ କୁଢ଼ କୁଢ଼ ପଲିଥିନ, ପ୍ଲାଷ୍ଟିକ ବାହାରିଥିବା ବେଳେ ଫୁଡ୍‌ ପଏଜନ (ଖାଦ୍ୟ ବିଷ)ହୋଇ ମୃତ୍ୟୁ ଘଟିଥିବା ଦାରିଙ୍ଗବାଡ଼ି ଗୋଷ୍ଠୀ ପ୍ରାଣୀଧନ ଡାକ୍ତର ଦୀପକ କୁମାର ପ୍ରଧାନ କହିଛି, ଆହୁରି କିଛି ଗାଈଙ୍କୁ ଚିକିତ୍ସା କରାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଥିବା କହିଛନ୍ତି। ତହସିଲଦାର ଡ. ଅଶୋକ କୁମାର ଦାସ ଘଟଣାସ୍ଥଳ ବୁଲି ଦେଖିବା ସହ ଇକୋ ରିଟ୍ରିଟ୍‌ରୁ ବାହାରିଥିବା ବର୍ଜ୍ୟବସ୍ତୁ ଶୀଘ୍ର ପୋତିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ଏଭଳି ୨୦୨୨ ମସିହାରେ ମଧ୍ୟ ଇକୋ ରିଟ୍ରିଟ୍‌ ଯୋଗୁ ଏକାଧିକ ଗାଈ, ବଳଦ ପ୍ଲାଷ୍ଟିକ ଖାଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆ ବ୍ଲକ୍ ଦାୟିତ୍ୱ ନେଲେ ଜି. ଉଦୟଗିରି ବିଡ଼ିଓ

ରାଇକିଆ,,୮ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍ ର ନୂତନ ବିଡ଼ିଓ ଭାବେ ଦାୟିତ୍ଵ ନେଇଛନ୍ତି ମନୋଜ କୁମାର ଦେବତା। ସେ ଜି. ଉଦୟଗିରି ବିଡିଓ...

ଭାଜପା-ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌, ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦୁଝର,୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଜାମକୁ ନେଇ ବୁଧବାର ସନ୍ଧ୍ୟାରେ ଭାଜପା ଓ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ଦଳର...

ଧନୁଯାତ୍ରାରେ ରଙ୍ଗସଭା: କଂସଙ୍କ ପ୍ରଶ୍ନବାଣରେ ଅଧିକାରୀ ଘାଇଲା

ମଥୁରାନଗରୀ,୮ା୧(ପ୍ରେମାନନ୍ଦ ଖମାରୀ): ବୃ଼ହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବୁଧବାର ରାଜ ଦରବାରରେ ଅନୁଷ୍ଠିତ କଂସଙ୍କ ଜନତା ଦରବାର (ରଙ୍ଗସଭା) ବେଶ ଚିତ୍ତାକର୍ଷକ ଥିଲା।...

ନାବାଳିକାଙ୍କୁ ଭାତ-ମାଂସ ଖାଇବାର ଲୋଭ ଦେଖାଇ କରିଥିଲେ ବଳାତ୍କାର, ଏବେ ଭୋଗିବେ ଆଜୀବନ କାରାଦଣ୍ଡ

ବାରିପଦା,୮ା୧(ନୀଳାଦ୍ରି ଦଣ୍ଡପାଟ): ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ ପୋକ୍ସୋ କୋର୍ଟରେ ଏକ ନାବାଳିକା ବଳାତ୍କାର ମାମଲାର ରାୟ...

ମାଓବାଦୀ କ୍ୟାମ୍ପ୍‌ ସହ ଆଇଇଡି ଠାବ

ବାଲିଗୁଡ଼ା,୮ା୧: କୁମ୍ବିଂବେଳେ ମାଓବାଦୀ କ୍ୟାମ୍ପ ସହ ଆଇଇଡି ଠାବ କରାଯାଇଛି ବୋଲି କନ୍ଧମାଳ ଏସ୍‌ପି ହରିଶ ବି.ସି ସୂଚନା ଦେଇଛନ୍ତି। ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଗୋପପୁରରେ ସରିଲା ବସ୍ତ୍ରହରଣ ଦୃଶ୍ୟାଭିନୟ

ଗୋପପୁର,୮।୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବୁଧବାର ଷଷ୍ଠ ଦିବସରେ ଗୋପପୁର ଦୃଶ୍ୟାଭିନୟ ବେଶ ହୃଦୟସ୍ପର୍ଶୀ ହୋଇଥିଲା। ଏହି ଦୃଶ୍ୟାଭିନୟ ଦେଖିବା...

ଆତ୍ମରକ୍ଷା କୌଶଳ ଜାଣିଲେ ଛାତ୍ରୀ

ବ୍ରାହ୍ମଣୀଗାଁ,୮ା୧(ମନୋରଞ୍ଜନ ରଣା) : କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ଥିବା ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦେବରାଜ ବଳିଆରସିଂଙ୍କ ଅଧ୍ୟକ୍ଷତାରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟନ...

ଧାନଗଦାରେ ଲାଗିଲା ନିଆଁ, ସବୁ ପୋଡ଼ି ଛାରଖାର

ଛତ୍ରପୁର,୮ା୧(ଦିଲ୍ଲୀପ ସାମଲ): ଅଦିନିଆ ବର୍ଷାରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ପୁଣି ଧାନଗଦାରେ ନିଆଁ ଲାଗି ଚାଷୀ ସର୍ବସ୍ବାନ୍ତ ହୋଇପଡ଼ିଛି। ଏପରି ଘଟଣା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri