Categories: ଜାତୀୟ

ଉତ୍ତରାଖଣ୍ଡରେ ଭୂକମ୍ପ

ପିଥୌରାଗଡ,୭।୮: ଉତ୍ତରାଖଣ୍ଡର ସୀମାବର୍ତ୍ତୀ ପିଥୌରାଗଡ ଜିଲା ଓ ଏହାର ଆଖପାଖରେ ଶନିବାର ଓ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ହେଲେ ଏହାର ତୀବ୍ରତା ରିକ୍ଟର ସ୍କେଲରେ କମ ଥିବା ଜଣାପଡିଛି। ସର୍ବପ୍ରଥମେ, ରବିବାର ରାତି ୧ଟା ୩୪ରେ ୪,୨ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା। ଏହା ପରେ ୨ଟା ୪୮ ଏବଂ ସକାଳ ୬ଟା ୫୨ ରେ କମ୍ପନ ମଧ୍ୟ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଚାଇନା ସୀମାରେ ୧୦କିଲୋମିଟର ଗଭୀରରେ ଥିଲା।
ଏହି ଭୂକମ୍ପର କମ୍ପନ ସମ୍ପର୍କରେ ପିଥୌରାଗଡ ଜିଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଭୁପେନ୍ଦ୍ର ସିଂ ମେହେର କହିଛନ୍ତି ଯେ ପ୍ରଥମ ଥର ପାଇଁ ରାତି ୧ଟା ୩୦ ସମୟରେ କମ୍ପନ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରକ୍ଟ୍ଟର ସ୍କେଲରେ ୪.୨ମ୍ୟାଗ୍ନିଚ୍ୟୁଡ ଥିଲା। ତା’ପରେ ୨.୭ମ୍ୟାଗ୍ନିଚ୍ୟୁଡର କମ୍ପନ ରାତି ୨ଟା ୪୮ ରେ ଏବଂ ସକାଳ ୬ଟା ୫୨ରେ ୨.୮ମ୍ୟାଗ୍ନିଚ୍ୟୁଡର କମ୍ପନ ଅନୁଭୂତ ହୋଇଥିଲା। ସେ କହିଛନ୍ତି ଯେ ଏହି ଭୂକମ୍ପର କମ୍ପନ ଜିଲାର ବ୍ୟାସ ଉପତ୍ୟକା ଅଞ୍ଚଳର ରୋଙ୍ଗକୋଙ୍ଗ, ନାଭି ଏବଂ ବୁଣ୍ଡିରେ ମଧ୍ୟ ଅନୁଭୂତ ହୋଇଛି, ଏହି କାରଣରୁ ଏହି ଅଞ୍ଚଳରେ ରହୁଥିବା ଲୋକମାନେ ଭୟଭୀତ ହୋଇପଡିଥିଲେ। ଭୁପେନ୍ଦ୍ର ସିଂ ମେହେରଙ୍କ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭାରତ-ଚାଇନା ସୀମାରେ ଥିବା ମିଲାମରେ ଭୂମିଠାରୁ ୧୦କିଲୋମିଟର ଗଭୀରରେ ଥିଲା।

Share