Categories: ଜାତୀୟ

ଆନ୍ଧ୍ରରେ ଭୟଙ୍କର ବସ୍‌ ଦୁର୍ଘଟଣା:୬ମୃତ, ୨୦ରୁ ଅଧିକ ଆହତ

କଡପା,୨୩।୭: ଆନ୍ଧ୍ରପ୍ରଦେଶର କୁଡପା ଜିଲାରେ ଏକ ଭୟଙ୍କର ବସ ସୁର୍ଘଟଣା ହୋଇଛି। ଯାତ୍ରୀବାହୀ ବସ ସହ ଲରି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୬ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ଆରଟିସି ବସ୍‌ରେ ଯାତ୍ରା କରୁଥିବାବେଳେ ଦୁର୍ଘଟଣାରେ ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ଯିବା ବାଟରେ ଅନ୍ୟ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ କହିଛି ଯେ, ତିରୁପତିରୁ ଆସୁଥିବା ଆରଟିସି ବସ ଚେନ୍ନାଇ ଅଭିମୁଖେ ଯାଉଥିବା ଏକ ଲରୀ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

Share