ମ୍ୟାନମାରର ଜେଡ ଖାଦାନରେ ଭୂସ୍ଖଳନ: ୨୫ ମୃତ, ୧୪ ନିଖୋଜ

ନାପିଦ୍ୱ,୧୬।୮: ମ୍ୟାନମାର ଏକ ଦୁର୍ଗମ ଅଞ୍ଚଳରେ ଥିବା ଏକ ଜେଡ ଖାଦାନରେ ଭୂସ୍ଖଳନ ଘଟି ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ମଙ୍ଗଳବାର ଜରୁରୀକାଳୀନ ସେବା ଅଧିକାରୀ କହିଛନ୍ତି। ରବିବାର ଦିନ କାଚିନ ପ୍ରଦେଶର ହପାକାନ୍ତ ସହରର ଉପକଣ୍ଠରେ ଥିବା ଏକ ଜେଡ ଖାଦାନରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ମଙ୍ଗଳବାର ଦିନ ଉଦ୍ଧାର କାର୍ଯ୍ୟ ସମୟରେ ୨୫ ଜଣ ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଉଦ୍ଧାରକାରୀ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ ୧୪ ଜଣ ଲୋକ ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ବୁଧବାର ଉଦ୍ଧାର କାର୍ଯ୍ୟ ଜାରି ରହିବ। କିଛି ମୃତଦେହ ପାଣିରେ ଭାସୁଥିବା ବେଳେ ଉଦ୍ଧାରକାରୀଙ୍କୁ ମୃତଦେହ ଖୋଜିବା ପାଇଁ କାଦୁଅ ସଫା କରିବାକୁ ପଡିଥିଲା।

Share